ବିଜେପି ମୁସଲିମ ସଂରକ୍ଷଣ ଦେବ ନାହିଁ, ରାଜ୍ୟରେ ଲିଙ୍ଗାୟତ ସଂରକ୍ଷଣକୁ ହ୍ରାସ କରାଯିବ ନାହିଁ:ଅମିତ ଶାହ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନପାଇଁ ଅନ୍ତିମ ପର୍ଯ୍ୟାୟରେ ଚାଲିଛି ପ୍ରଚାର । ଯାହାକୁ ନେଇ ବର୍ତ୍ତମାନ ଜୋରଦାର ହୋଇଛି କ୍ୟାପେନିଂ । ରୋଡ୍ ସୋ ଏବଂ ରାଲି ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଏକ ରୋଡ୍ ସୋ କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଲାଗାଭିରେ ଏକ ରୋଡ ସୋ କରିଛନ୍ତି ।

ଆସନ୍ତା 10 ତାରିଖରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି କର୍ଣ୍ଣାଟକରେ ପକାଇଛି ଡେରା । ରବିବାର ଦିନ ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଲାଗାଭି ଦକ୍ଷିଣ ସିଟରେ ଏକ ମେଗା ରୋଡ୍ ସୋ କରିଥିଲେ। ଅମିତ ଶାହଙ୍କ ଗାଡିକୁ ଘେରି ରହିଥିଲେ ସମର୍ଥକ । ଶାହା ମଧ୍ୟ ହାତ ମିଳାଇ ଲୋକଙ୍କୁ ସ୍ୱାଗତ କରିଥିଲେ ।

ଲୋକଙ୍କୁ ସମ୍ବୋଧିନ କରି ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇ ବିଜେପି ଦେଶର ସୁରକ୍ଷାକୁ ମଜବୁତ କରିଛି, କିନ୍ତୁ କଂଗ୍ରେସ ଦଳ ଏହାକୁ ବିରୋଧ କରୁଛି। ବିଜେପି ମୁସଲିମ ସଂରକ୍ଷଣ ଦେବ ନାହିଁ କିମ୍ବା ରାଜ୍ୟରେ ଲିଙ୍ଗାୟତ ସଂରକ୍ଷଣକୁ ହ୍ରାସ କରିବାକୁ ଦେବ ନାହିଁ ।

Amit Shah

ଶାହ ବାଗଲକୋଟରେ ସାଧାରଣ ସଭାକୁ ସମ୍ବୋଧିନ କହିଛନ୍ତି ଯେ, କଂଗ୍ରେସର ଆପତ୍ତିଜନକ ନୀତି ହିଁ ପ୍ରଭୁ ଶ୍ରୀ ରାମଙ୍କୁ ବର୍ଷ ବର୍ଷ ଧରି ତାଲା ଭିତରେ ରଖିଥିଲା ​​ଏବଂ ବର୍ତ୍ତମାନ ଏହା ବଜରଙ୍ଗ ବାଲିଙ୍କୁ ଅପମାନିତ କରିଛି । PFI ଉପରେ ପ୍ରତିବନ୍ଧକ ଲଗାଇ କେବଳ କର୍ଣ୍ଣାଟକ ନୁହେଁ ସମଗ୍ର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିଜେପି କାର୍ଯ୍ୟ କରିଛି । ହେଲେ କଂଗ୍ରସ ଏହାକୁ ସହଜରେ ହଜମ କରିପାରୁ ନାହିଁ ବୋଲି ଶାହ କହିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଏକ ମେଗା ରୋଡ୍ ସୋ କରିଥିଲେ । ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ବିରାଟ ଜନସମାଗମ ଦେଖିବା ପାଇଁ ମିଳିଥିଲା । ମୋଦି ମୋଦି... ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+