ଆଜି କର୍ଣ୍ଣାଟକ ନିର୍ବାଚନ, ଇଭିଏମରେ ସିଲ୍ ହେବ 2586 ପ୍ରାର୍ଥୀଙ୍କ ଭାଗ୍ୟ
Karnataka Assembly Election 2023: ଆଜି ଭୋଟ୍ ଦେବ କର୍ଣ୍ଣାଟକ । 224 ବିଧାନସଭା ଆସନ ପାଇଁ ହେବ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ଇଭିଏମ୍ ରେ ବନ୍ଦ ହେବ 2586 ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା 5,31,33,054 ।
ମୋଟ୍ 58,548 ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି । ଭୋଟରଙ୍କ ମଧ୍ୟରେ 2,67,28,053 ଜଣ ପୁରୁଷ ଭୋଟର ହୋଇଥିବା ବେଳେ 2,64,00,74 ଜଣ ଅଛନ୍ତି ମହିଳା ଭୋଟର । ସେହିପରି ଯୁବ ଭୋଟରଙ୍କ ସଂଖ୍ୟା 11,71,558 ।

ସେହିପରି ରାଜ୍ୟରେ ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ କମିଶନ ସମସ୍ତ ବୁଥ୍ ରେ ପ୍ରସ୍ତୁତି ଶେଷ କରିଛନ୍ତି । ରାଜ୍ୟରେ ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାଧରଣତଃ ରାଜ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ମୁକାବିଲା ।
କର୍ଣ୍ଣାଟକରେ ଇତିହାସ ପରିବର୍ତ୍ତନ କରିବ ବିଜେପି
କର୍ଣ୍ଣାଟକରେ ଇତିହାସ ପରିବର୍ତ୍ତନ କରିବାକୁ ବିଜେପି କରୁଛି ଚେଷ୍ଟା । କାରଣ କୌଣସି ଦଳ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିନାହିଁ । ବିଜେପି ରେକର୍ଡ ଭାଙ୍ଗି ଇତିହାସ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି । ଏହି ଦୃଷ୍ଟିକୋଣରୁ, 2023 ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଜେଡିଏସ୍ ମଧ୍ୟ ଏହି ରେସରେ ସାମିଲ ଅଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications