ଏହି ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍
Lok Sabha Election 2024: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ ଏଥର ରାଜନିତୀରେ ଦେବେ ପାଦ । ୨୦୨୪ ଲୋକସଭା ନିର୍ବାଚନ ମୈଦାନକୁ ଓହ୍ଲାଇବେ କଙ୍ଗନା ରଣାୱତ୍ । ଏନେଇ ସୂଚନା ଦେଇଛନ୍ତି କଙ୍ଗନାଙ୍କ ପିତା ଅମରଦୀପ ରଣାୱତ୍ ।
ପିତା ଅମରଦୀପ ରଣାୱତ୍ କହିଛନ୍ତି, ଯେ ଯଦି ବିଜେପି ତାଙ୍କ ଝିଅକୁ ଟିକେଟ୍ ଦିଏ ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ହିମାଚଳ, ମହାରାଷ୍ଟ୍ର କିମ୍ବା ଉତ୍ତରପ୍ରଦେଶରୁ ନିର୍ବାଚନା ଲଢିପାରନ୍ତି । ତେବେ ସେ କେଉଁ ଆସନରୁ ନିର୍ବାଚନ ଲଢିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଯଦି ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶରୁ ଟିକେଟ୍ ଦେଉଛି ତେବେ ସେ ମଣ୍ତି ଆସନରୁ ନିର୍ବାଚନା ଲଢିପାରନ୍ତି ।

ଏହି ଚର୍ଚ୍ଚା ମଧ୍ୟରେ ନିକଟରେ କଙ୍ଗନା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କୁଲ୍ଲୁ ସ୍ଥିତ ତାଙ୍କ ବାସଭବନରେ ଯାଇ ଭେଟିଥିଲେ । ଏହି ବୈଠକ ପରେ ଅଭିନେତ୍ରୀଙ୍କ ନିର୍ବାଚନ ଲଢିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ କଙ୍ଗନାଙ୍କ ପିତାଙ୍କ ପକ୍ଷରୁ ମିଳିଥିବା ପ୍ରତିକ୍ରିୟା ବଲିଉଡ ଜଗତରେ ଚହଳ ସୃଷ୍ଟି କରିଛି ।
ସେହିପରି ଗତ ସପ୍ତାହରେ ଅଭିନେତ୍ରୀ କଙ୍ଗନା ରଣାୱତ ହିମାଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ସାମାଦିକ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୃଷ୍ଚି ଆକର୍ଷଣ କରିଥିଲେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦୀର୍ଘ ଦିନ ହେବ ଅଭିନେତ୍ରୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଯୋର ଧରିଥିଲା । ତେବେ ଚଣ୍ତିଗଡ଼ କିମ୍ବା ମଣ୍ତି ଲୋକସଭା ଆସନରୁ କଙ୍ଗନା ରଣାୱତ୍ ନିର୍ବାଚନ ଲଢିପାରନ୍ତି ।












Click it and Unblock the Notifications