କେବଳ ଦାଢି ବଢାଇଲେ ମୋଦି ପାଲଟି ଯିବେନି , ରାହୁଲଙ୍କୁ ସିଏମ ଧାମିଙ୍କ କଟାକ୍ଷ

କେବଳ ଦାଢି ବଢାଇଲେ ମୋଦି ପାଲଟି ଯିବେନି । ଏପରି ରାହୁଲଙ୍କୁ କଟାକ୍ଷ କଲେ ସିଏମ ଧାମି।

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଗତ ଦୁଇ ମାସ ହେବ ଚାଲିଛି ଭାରତଚ ଯୋଡ ଆନ୍ଦୋଳନ । ତେବେ ରାହୁଲଙ୍କର ବ୍ୟକ୍ତିତ୍ବ ଉପରେ ଏହି ଯାତ୍ରାର ପ୍ରଭାବ ପଡିଥିବା ଦେଖାଯାଇଛି । ଏହି ଦୁଇ ମାସ ଭିତରେ ତାଙ୍କର ଦାଢି ବଢିଛି ।

rahul gandhi

ତେବେ ରାହୁଲଙ୍କର ଏପରି ନୂଆ ରୂପକୁ ନେଇ ଟାର୍ଗେଟ କରିଛି ବିଜେପି । ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, କେବଳ ଦାଢି ବଢାଇ ଦେଲେ କେହି ପ୍ରଧାନମନ୍ତ୍ରୀ ମୋଦି ହୋଇଯିବେ ନାହିଁ। ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଏହାକୁ ଇରାକର ଏକ ଛତ୍ରବାଦ ଶାସକ ସଦ୍ଦାମ ହୁସେନଙ୍କ ସହିତ ତୁଳନା କରିଥିଲେ । ସେ କହିଛନ୍ତି, ରାହୁଲ ଗାନ୍ଧୀ ଜୀ ଆପଣଙ୍କ ଚେହେରା ଏପରି ହେବା ଦରକାର ଯେଉଁଥିରେ ଲୋକେ ମାହାତ୍ମା ଗାନ୍ଧୀଙ୍କୁ ଦେଖି ପାରିବେ । ଏପରି ନୁହେଁ କି ସଦ୍ଦାମ ହୁସେନ ଦେଖାଯିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନୁଶାସନ ରହିଛି, ସେ ଦେଶର ସେବା ଏବଂ ଭାରତ ମାତା ପାଇଁ ବଳିଦାନ ଦେଇଛନ୍ତି । ସେମାନଙ୍କର ସଂକଳ୍ପ ଅଛି । ଏହା ସହିତ ସେ ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଅନୁଷ୍ଠିତ ଚିନ୍ତନ ଶିବିର ଗୁଡିକ ଦେଶର ବିକାଶ ନେଇ ସ୍ଥିର କରିବ। ଖୁବ୍ ଶୀଘ୍ର ସରକାର ୟୁନିଫର୍ମ ସିଭିଲ୍ କୋଡ୍ କାର୍ଯ୍ୟକାରୀ କରିବେ।, ଏନେଇ ଅନ୍ତିମ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+