ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର
ପୁଣି ବାହା ହେବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ପୂର୍ବତନ ମନ୍ତ୍ରୀ ତଥା କ୍ୟାପଟେନ୍ ଦିବ୍ୟଶଙ୍କର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଭବାନୀପାଟଣା: ପୁଣି ବାହା ହେବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ପୂର୍ବତନ ମନ୍ତ୍ରୀ ତଥା କ୍ୟାପଟେନ୍ ଦିବ୍ୟଶଙ୍କର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ସେ ବିବାହ କରିବେ ବୋଲି କୁହାଯାଉଛି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇ ପଡ଼ିଥିଲେ ଦିବ୍ୟଶଙ୍କର ମିଶ୍ର ।
ତେବେ ନିଜ ଦ୍ବିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ କରିଛନ୍ତି । ଚଳିତ ମାସ ଶେଷ ସପ୍ତାହରେ ପୁରୀରେ ସେ ବିବାହ କରିବେ ବୋଲି କହିଛନ୍ତି । ଏହା ହେଉଛି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । ହେଲେ ପାରିବାରିକ ବିବାଦ କାରଣରୁ ସେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଉଭୟଙ୍କ ସହମତିରେ ଏହି ଛାଡପତ୍ର ହୋଇଥିଲା। ଏବେ ପୁଣି ସେ ବିବାହ କରିବାକୁ ଯାଉଛନ୍ତି ।
ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମାତ୍ର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ତାଙ୍କର ଲିଙ୍କ୍ ନେଇ ବିବାଦୀୟ ହୋଇ ପଡ଼ିଥିଲେ ଏହି ପୂର୍ବତନ ମନ୍ତ୍ରୀ । ବିରୋଧୀ ଏହାକୁ ନେଇ ବିଧାନସଭାଠୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ତୁମ୍ବି ତୋଫାନ କରିଥିଲେ। ଯଦିଓ ସଙ୍ଗେସଙ୍ଗେ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ ଯାଇ ନଥିଲା। ମାତ୍ର ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ବେଳେ ଜୁନାଗଡ ବିଧାୟକ ମନ୍ତ୍ରୀ ପଦ ହରାଇ ଥିଲେ।












Click it and Unblock the Notifications