ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ଅର୍ଥାତ ୨୨ ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ।

ପରେ ସେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ । ସେଠାରୁ ବରଗଡ ଲୋକସଭା କ୍ଷେତ୍ର ଗସ୍ତ କରିବେ । ସେଠାରେ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ । ତା'ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ ।

JP Nadda

୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ଜେ.ପି ନଡ୍ଡା । ହେଲିକପ୍ଟର ଯୋଗେ ସେ ସେଠାକୁ ଯିବେ । ଭବାନୀପାଟଣାରେ ଦିନ ୧୧ଟାରେ ସେ ପହଞ୍ଚି ପ୍ରଥମେ ମା' ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ । ପରେ ଲାଲବାହାଦୂର ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା ।

ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ପରେ ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଉଲ୍ଲେଖଥାଉ କି, ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ସରକାର ଗଠନ ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ସେଥିପାଇଁ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସୁଛନ୍ତି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+