ନିର୍ବାଚନ ସରିଲା କାର୍ଯ୍ୟାନୁଷ୍ଠାନ ହେଲା: ବିଜେଡିରୁ ନିଲମ୍ବନ ହେଲେ ଜୀବନ ପ୍ରଦୀପ ଦାଶ
ବିଜେଡି ରୁ ନିଲମ୍ବନ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବନ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଶ୍ରୀ ଦାସଙ୍କୁ ନିଲମ୍ବନ କରାଇଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ ତଥା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ । ଚଳିତ ଉପନିର୍ବାଚନ ସମୟରେ ଜୀବନ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୀବନଙ୍କୁ ଦଳରୁ ନିଲମ୍ବନ କରାଇଥିବା ମାନସ ସୂଚନା ଦେଇଛନ୍ତି ।













Click it and Unblock the Notifications