କମଲନାଥଙ୍କୁ ହଟାଇ ଜିତୁ ପାଟୱାରୀଙ୍କୁ ମଧ୍ୟପ୍ରଦେଶ ମୁଖିଆ କଲେ କଂଗ୍ରେସ ହାଇକମାଣ୍ଡ
ଭୋପାଳ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ରାଜ୍ୟ ନୈତୃତ୍ୱରେ ଏକ ବଡ଼ ଧରଣର ଅଦଳବଦଳ କରିଛି ଦଳ । ପିସିସି ମୁଖ୍ୟ କମଲ ନାଥଙ୍କ ସ୍ଥାନରେ ଜିତୁ ପାଟୱାରୀଙ୍କୁ ବର୍ତ୍ତମାନ ରାଜ୍ୟ ସଭାପତି କରିଛନ୍ତି ଦଳର ହାଇକମାଣ୍ଡ । ଆଉ ଆଦିବାସୀ ନେତା ଉମାଙ୍ଗ ସିଙ୍ଗରଙ୍କୁ ବିରୋଧୀଦଳର ନେତା ଏବଂ ହେମନ୍ତ କାଟାରେଙ୍କୁ ବିରୋଧୀ ଦଳର ଡେପୁଟି ଲିଡର କରାଯାଇଛି । ବିଶେଷ କଥା ହେଉଛି ନିଯୁକ୍ତିରେ ସାମାଜିକ ବ୍ୟବସ୍ଥା ଲାଗୁ କରିବାକୁ କଂଗ୍ରେସ ମଧ୍ୟ ଚେଷ୍ଟା କରିଛି ।
କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ, ଦଳର ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖର୍ଗେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି । ଏହା ସହିତ ଦଳ ପ୍ରତି କମଲନାଥଙ୍କ ଯୋଗଦାନକୁ ପ୍ରଶଂସା କରାଯାଇଛି । ଏହା ବ୍ୟତୀତ ଛତିଶଗଡରେ ଦଳ ରାଜ୍ୟ ସଭାପତି ଦୀପକ ବୈଜଙ୍କ କାର୍ଯ୍ୟକାଳ ଜାରି ରଖିଛି । ଏବଂ ଛତିଶଗଡରେ ଚନ୍ଦ୍ରଦାସ ମହନ୍ତଙ୍କୁ ଦଳ ବିରୋଧୀ ଦଳର ନେତା କରିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଜିତୁ ପାଟୱାରୀଙ୍କୁ କଂଗ୍ରେସ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । କଂଗ୍ରେସ ନେତା କମଲ ନାଥ ତାଙଘ୍କ ସୋସିଆଲ ମିଡ଼ିଆ ଏକ୍ସ ରେ ୟପୋଷ୍ଟ କରି ଲେଖିଛନ୍ତି - ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଉମୁଙ୍ଗ ସିଙ୍ଗର ଏବଂ ଡେପୁଟି ଲିଡର ଭାବରେ ହେମନ୍ତ କାଟାରେ ଏବଂ ଜିତୁ ଜିତୁ ପାଟୱାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।












Click it and Unblock the Notifications