For Quick Alerts
Turn On Notification  
For Daily Alerts
Oneindia App Download

ୟୁପି ଭୋଟ ପୂର୍ବରୁ କଂଗ୍ରେସକୁ ଝଟକା : ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ

ୟୁପି ଭୋଟ ପୂର୍ବରୁ କଂଗ୍ରେସକୁ ଝଟକା । ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ ।

|

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଏକ ବଡ ପରିବର୍ତ୍ତନ ହୋଇଛି । ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଜିତିନଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି ।
ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ବ୍ରାହ୍ମଣଙ୍କ ଏକ ବଡ ସମାଜ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁସି ନଥିବା କୁହାଯାଉଛି । ଏପରିସ୍ଥିତିରେ ଏବେ ଠାରୁ ବଳ ଗୋଟାଉଛି ବିଜେପି ।

ଜିତେନ ପ୍ରସାଦ

ୟୁପିରେ କଂଗ୍ରେସର ବଡ ଚେହେରା ଭାବରେ ଜଣାଶୁଣା ଅଛନ୍ତି ଜିତିନ ପ୍ରସାଦ । ବିଜେପିରେ ସାମିଲ ହେବା ଦ୍ୱାରା ଏହା ବିଜେପିକୁ ଅଧିକ ମଜବୁତ କରିବା ସହ ଭୋଟ ବ୍ୟାଙ୍କ ବଢାଇବ ବୋଲି ଆକଳନ କରାଯାଉଛି ।
ଏଠାକେ ସୂଚନାଥାଉକି, ଜିତିନ 2001ରେ କଂଗ୍ରେସରେ ସାମିଲ ହୋଇଥିଲେ । 2014ରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୟୁପିଏ-1ରେ ସେ ମନ୍ତ୍ରୀ ରହିଥିଲେ । 2009ରେ ମଧ୍ୟ ସେ ଲୋକସଭା ନିର୍ବାଚନ ଜିତି ୟୁପିଏ-2ରେ ମନ୍ତ୍ରୀ ରହିଥିଲେ । ତେବେ 2014ରେ ସେ ପରାସ୍ତ ହୋଇଥିଲେ । ଦୀର୍ଘଦିନ ଧରି ଜିତିନ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଅସନ୍ତୋଷ ଥିଲେ । ଯାହାର ଅଭିଯୋଗ ମଧ୍ୟ ସେ କରି ଆସୁଥିଲେ । ହେଲେ ତାଙ୍କର ଅଭିଯୋଗକୁ କେହି ଗୁରୁତ୍ୱ ଦେଉନଥିବା ସେ କହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jitin Prasad Join BJP Up Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X