ୟୁପି ଭୋଟ ପୂର୍ବରୁ କଂଗ୍ରେସକୁ ଝଟକା : ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ
ୟୁପି ଭୋଟ ପୂର୍ବରୁ କଂଗ୍ରେସକୁ ଝଟକା । ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଏକ ବଡ ପରିବର୍ତ୍ତନ ହୋଇଛି । ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଜିତିନଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି ।
ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ବ୍ରାହ୍ମଣଙ୍କ ଏକ ବଡ ସମାଜ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁସି ନଥିବା କୁହାଯାଉଛି । ଏପରିସ୍ଥିତିରେ ଏବେ ଠାରୁ ବଳ ଗୋଟାଉଛି ବିଜେପି ।

ୟୁପିରେ କଂଗ୍ରେସର ବଡ ଚେହେରା ଭାବରେ ଜଣାଶୁଣା ଅଛନ୍ତି ଜିତିନ ପ୍ରସାଦ । ବିଜେପିରେ ସାମିଲ ହେବା ଦ୍ୱାରା ଏହା ବିଜେପିକୁ ଅଧିକ ମଜବୁତ କରିବା ସହ ଭୋଟ ବ୍ୟାଙ୍କ ବଢାଇବ ବୋଲି ଆକଳନ କରାଯାଉଛି ।
ଏଠାକେ ସୂଚନାଥାଉକି, ଜିତିନ 2001ରେ କଂଗ୍ରେସରେ ସାମିଲ ହୋଇଥିଲେ । 2014ରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୟୁପିଏ-1ରେ ସେ ମନ୍ତ୍ରୀ ରହିଥିଲେ । 2009ରେ ମଧ୍ୟ ସେ ଲୋକସଭା ନିର୍ବାଚନ ଜିତି ୟୁପିଏ-2ରେ ମନ୍ତ୍ରୀ ରହିଥିଲେ । ତେବେ 2014ରେ ସେ ପରାସ୍ତ ହୋଇଥିଲେ । ଦୀର୍ଘଦିନ ଧରି ଜିତିନ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଅସନ୍ତୋଷ ଥିଲେ । ଯାହାର ଅଭିଯୋଗ ମଧ୍ୟ ସେ କରି ଆସୁଥିଲେ । ହେଲେ ତାଙ୍କର ଅଭିଯୋଗକୁ କେହି ଗୁରୁତ୍ୱ ଦେଉନଥିବା ସେ କହିଥିଲେ ।
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ....











Click it and Unblock the Notifications