ନିଲମ୍ବନ ପରେ ଇସ୍ତଫା : ବିଜେଡି ଛାଡିଲେ ଜୀବନ ପ୍ରଦୀପ ଦାଶ
ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାଶ
ଭୁବନେଶ୍ୱର : ଗତ ଗୁରୁବାର ବିଜେଡିରୁ ନିଲମ୍ବନ ହୋଇଥିବା ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡିରୁ ସେ ପ୍ରାଥମିକ ସଭ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ସେ ଉପନିର୍ବାଚନ ସମୟରେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିବା କହିଛନ୍ତି ।

ସୂଚନାଥାଉକି, ଗତ ସାଧାରଣ ନିର୍ବାଚନରେ ଜୀବନ ବିଧାୟକ ପଦରେ ଲଢି ହାରିଥିଲେ । ତେବେ ଚଳିତ ଉପନିର୍ବାଚନରେ ସେ ପୁଣି ଦଳରୁ ଟିକେଟ୍ ପାଇଁ ଆଶା କରିଥିଲେ । ଅନେକ ଉଦ୍ୟମ ସତ୍ତ୍ୱେ ଦଳ ସ୍ୱରୂପ ଦାଶଙ୍କୁ ଟିକେଟ୍ ଦେଇଥିଲା । ଏହାକୁ ନେଇ ଜୀବନ ଅସନ୍ତାଷ ରହିଥିବା ବେଳେ ଦଳୀୟ ପ୍ରଚାରରେ ନିଜକୁ ଦୂରେଇ ରଖିଥିବା ଅଭିଯୋଗ ହୋଇଥିଲା । ଏପରିକି ନିର୍ବାଚନ ସମୟରେ ଜୀବନଙ୍କ ସମର୍ଥକମାନେ ଅନ୍ୟ ଦଳରେ ମିଶିଥିବା ନେଇ ଚର୍ଚ୍ଚା ହୋଇଥିଲା ।












Click it and Unblock the Notifications