ଦେଖନ୍ତୁ, କେମିତ ଥିଲା ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ଚିତ୍ର, କେଉଁ ଥର କେତେ କେତେ ଭୋଟରେ ଜିତିଥିଲେ ନବ ଦାସ ?
ଭୁବନେଶ୍ୱର: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହୋଇଛି ଉପନିର୍ବାଚନ । ଆଜି ପ୍ରକାଶ ପାଉଛି ଯାହାର ଫଳାଫଳ । ବିଜେଡ଼ିରୁ ପ୍ରାର୍ଥୀ ଭାବେ ଲଢୁଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ତେବେ ଯାହା ଟ୍ରେଣ୍ଡ କହୁଛି, ପ୍ରାୟ ପଚାଶ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇପାରନ୍ତି ଦୀପାଳି ।
ତେବେ ଉପନିର୍ବାଚନ ହାୱା ମଧ୍ୟରେ ଆସନ୍ତୁ, ଗୋଟେ ନଜର ପକାଇବା ଝାରସୁଗୁଡାର ଦିବଂଗତ ବିଧାୟକ ନବ ଦାସ ରାଜନୈତିକ ଛବି ବିଷୟରେ । ଆସନ୍ତୁ ଆଜି ଜାଣିବା, କେତେଥର ଆଉ କେତେ କେତେ ଭୋଟରେ ଜିତି ଆସିଥିଲେ ନବ ଦାସ ?

୨୦୧୯ରେ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ: ୨୦୧୯ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ ନବ କିଶୋର ଦାସ । ଯେଉଁଥିରେ ସେ ୯୮, ୬୨୦ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ସେ ତାଙ୍କର ନିକଟତ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନ ପରାସ୍ତ କରିଥିଲେ । ଦିନେଶ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ ୧୮,୮୨୩ ଖଣ୍ଡ ଭୋଟ୍ ପାଇଥିଲେ ।
୨୦୧୪ରେ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ:
| ପ୍ରାର୍ଥୀ | ଦଳ | ଭୋଟ୍ |
| ନବ କିଶୋର ଦାସ | କଂଗ୍ରେସ | ୭୪,୪୯୯ |
| କିଶୋର ମହାନ୍ତି | ବିଜେଡି | ୬୨,୯୩୬ |
| ଆନନ୍ଦ ପ୍ରଧାନ | ବିଜେପି | ୨୧,୦୪୭ |
୨୦୦୯ରେ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ:
| ପ୍ରାର୍ଥୀ | ଦଳ | ଭୋଟ୍ |
| ନବ କିଶୋର ଦାସ | କଂଗ୍ରେସ | ୬୨,୬୬୩ |
| କିଶୋର ମହାନ୍ତି | ବିଜେଡି | ୪୦,୧୪୭ |
| ଦିନେଶ କୁମାର ଜୈନ | ବିଜେପି | ୧୫,୦୯୫ |












Click it and Unblock the Notifications