ଝାରସୁଗୁଡ଼ା ଉପନିର୍ବାଚନ : ନବ ଦାସଙ୍କ ଝିଅ ଦୀପାଳିଙ୍କୁ ମିଳିଲା ବିଜେଡି ଟିକଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ ।
ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ବିଧାୟକ ପଦ ଆସନ । ମେ'୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ । ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ ।
ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏପ୍ରିଲ୍ ୨୧ରେ ପ୍ରାର୍ଥପତ୍ର ଯାଞ୍ଚ ଏବଂ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହର ପାଇଁ ସମୟ ରହିଛି ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।
ଆସନ୍ତା ମେ' ୧୦ରେ ଉପନିର୍ବାଚନ ହେବା ପାଇଁ ଯାଉଛି । ଯେଉଁଥି ପାଇଁ ଆଜି ପ୍ରଥମେ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିଛି ।
ସେପଟେ ଏପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।
ବିଜେଡି ପ୍ରାର୍ଥୀ ହେବା ପରେ ଦୀପାଳି ପ୍ରଥମେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବି ଏବଂ ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବି । '
ଉଲ୍ଲେଖଥାଉ କି, ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୋପାଳ ଅତି ନିକଟରୁ ଗୁଳି କରିଥିଲା । ସେହି ଦିନ ହିଁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଇତି ମଧ୍ୟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଗୋପାଳ ଦାସକୁ ୩ ଥର ରିମାଣ୍ଡରେ ନେଇ ଜେରା କରିଥିଲା । ଗୋପାଳର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟ ବି ସରିଥିବା ବେଳେ ଗୁଳି ଗୁମର ଖୋଲୁନି ।












Click it and Unblock the Notifications