Get Updates
Get notified of breaking news, exclusive insights, and must-see stories!

ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ: କୁଆଡେ ଯାଉଛି କଂଗ୍ରେସ ଭୋଟ୍ ? କାହା ପାଖକୁ ଯାଉଛି କଂଗ୍ରେସ ଭୋଟ୍?

ଭୁବନେଶ୍ୱର: ଶନିବାର ପ୍ରକାଶ ପାଇଁ ରାଜ୍ୟରେ ସମ୍ଭବତଃ ଶେଷ ଉପନିର୍ବାଚନ (ଝାରସୁଗୁଡ଼ା ଉପନିର୍ବାଚନ) ର ଫଳାଫଳ । ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିଲା ।

ମାତ୍ର ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସର ଭୋଟ୍ ସଂଖ୍ୟା ସମସ୍ତଙ୍କୁ ଚକିତ କରିଛି । ଗୋଟେ ପଟେ କର୍ଣ୍ଣାଟକରେ କଂଗ୍ରେସ କମ ବ୍ୟାକ କରିଥିବା ବେଳେ ଦିନ କଂଗ୍ରେସର ଗଡ଼ ଥିବା ଝାରସୁଗୁଡ଼ାରେ ଅମାନତ ହରାଇଛି ଦଳ । ତେବେ ଏସବୁ ଭିତରେ ଏବେ ପ୍ରଶ୍ନ ହେଉଛି କୁଆଡ଼େ ଗଲା କଂଗ୍ରେସ ଭୋଟ୍ ? କାହା ପାଖକୁ ଗଲା କଂଗ୍ରେସ ଭୋଟ୍ ? ବିଜେଡିକୁ କେତେ, ବିଜେପି ନେଉଛି କେତେ ଭୋଟ୍ ? ଏଥିରେ କେମିତି ଲାଗିବ ବ୍ରେକ୍ ? ଝାରସୁଗୁଡ଼ା ଉପନିର୍ବାଚନ ଫଳ ଆସିବା ପରେ ବିଭିନ୍ନ ଦଳକୁ ମିଳିଥିବା ଭୋଟ୍ ପ୍ରତିଶତକୁ ନେଇ ସମୀକ୍ଷା ଚାଲିଛି ।

Jharsuguda Bypoll Result

ଏଠି କହିରଖୁ କି, ଗତ ୨୦୧୯ରେ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ ୧୮,୮୨୩ ଖଣ୍ଡ ଭୋଟ୍ ପାଇଥିଲା ବେଳେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଥିବା ଦିନେଶ କୁମାର ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲା ବେଳେ ଏଥର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । ତେଣୁ ୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି । ଆଉ କଂଗ୍ରେସ୍ ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍ । ଗତ ନିର୍ବାଚନ ତୁଳନାରେ କଂଗ୍ରେସକୁ ୧୪ ହଜାର ୩୨୭ ଭୋଟ୍ କମ୍ ମିଳିଛି । ତେଣୁ ଉଭୟ ବିଜେଡି ଓ ବିଜେପି ଖାତାକୁ ଚାଲି ଯାଉଛି କଂଗ୍ରେସ୍ ଭୋଟ୍ ।

୧୯୭୧ ମସିହାରୁ ୧୨ଟି ବିଧାନସଭା ନିର୍ବାଚନ ଦେଖିଛି ଝାରସୁଗୁଡ଼ା । ଏଥିରୁ ୮ଥର କଂଗ୍ରେସ ଦଳ ବିଜୟୀ ହୋଇଛି । ଝାରସୁଗୁଡ଼ାରୁ ସର୍ବାଧିକ ଥର ବିଜୟୀ ହୋଇଥିବା ଦଳ ହେଉଛି କଂଗ୍ରେସ । ବିଜେପି-ବିଜେଡି ମେଣ୍ଟ ଥିବା ସମୟରେ ବି କଂଗ୍ରେସ କଡ଼ା ଟକ୍କର ଦେଇ ଆସୁଥିଲା । ହେଲେ ନବ ଦାସ କଂଗ୍ରେସ ଛାଡ଼ିବା ପରେ ଯେମିତି କଂଗ୍ରେସର ଝାରସୁଗୁଡ଼ା ଗଡ଼ ଯେମିତି ଭୁଷୁଡ଼ି ପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+