Get Updates
Get notified of breaking news, exclusive insights, and must-see stories!

ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି ଦାସ

ଝାରସୁଗୁଡ଼ା: ପ୍ରକାଶ ପାଇଛି ଝାରସୁଗୁଡା ଉପନିର୍ବାଚନ ଫଳାଫଳ । ୪୮,୬୧୯ ଖଣ୍ଡ ଭୋଟରେ ବିଜୟୀ ହୋଇ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳି ଦାସ ।

ମିଳିଥିବା ସୂଚନା ଅନୁସାରେ ମୋଟ୍ ୧୯ ଗଣତିରେ ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ୍ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି ।

Jharsuguda Bypoll Result

ତେବେ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପାଇଁ ଆଜି ହୋଇଥିବା ଭୋଟ ଗଣତିର ପ୍ରତି ରାଉଣ୍ଡରେ ଆଗରେ ଥିଲେ ବିଜେଡି ପ୍ରାର୍ଥିନୀ । ପ୍ରଥମରୁ ଶେଷ ରାଉଣ୍ଡ ଯାଏ ବଢି ବଢି ଚାଲିଥିଲା ଦୀପାଳିଙ୍କ ଭୋଟ୍ ବ୍ୟବଧାନ । ଶେଷରେ ଦୀପାଳି ଦାସ ୪୮ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Jharsuguda Bypoll Result

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ ଦୀପାଳି ଦାସ ବାପା ତଥା ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଯେଉଁଥିରେ ସେ ୯୮, ୬୨୦ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ସେ ତାଙ୍କର ନିକଟତ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନ ପରାସ୍ତ କରିଥିଲେ । ତେଣୁ ପ୍ରାୟ ନିଜ ବାପାଙ୍କଠୁ ପ୍ରାୟ ୩ ହଜାର ଅଧିକ ଭୋଟରେ ଜିତି ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି ।

Jharsuguda Bypoll Result

ତେବେ ୨୦୧୯ରେ ନିର୍ବାଚନରେ ଦିନେଶ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲା ବେଳେ ଏଥର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ ୧୮,୮୨୩ ଖଣ୍ଡ ଭୋଟ୍ ପାଇଥିଲା ବେଳେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି । ତେଣୁ ନିର୍ବାଚନ ଅପେକ୍ଷା ଉପନିର୍ବାଚନରେ କଂଗ୍ରେସ ତାର ଅମାନତ ହରାଇଛି ବୋଲି କୁହାଯାଇ ପାରେ ।

Jharsuguda Bypoll Result
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+