ଝାରସୁଗୁଡା ଉପନିର୍ବାଚନ: ପରିବାର ସହ ଆସି ଭୋଟ ଦେଲେ ଦୀପାଳି ଦାସ

ଝାରସୁଗୁଡା: ଭୋଟ୍ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଭାଇ ବିଶାଳ ଦାସ ଓ ମା ମୀନତି ଦାସଙ୍କ ସହ ଆସି ସେ ଭୋଟ ଦେଇଛନ୍ତି । ୧୧ ନମ୍ବର ୱାର୍ଡ ସରବାହାଲ ହାଇସ୍କୁଲର ୩୪ ନମ୍ବର ପିଙ୍କ ବୁଥରେ ଦୀପାଳି ତାଙ୍କ ଭାଇ ଓ ମାଆଙ୍କ ସହ ୩୩ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ପୋଲିଂ ବୁଥରେ ପହଞ୍ଚି ସେ ଧାଡ଼ିରେ ଠିଆ ହେବାପରେ ମତଦାନ କରିଥିଲେ ।

"ଚଳିତବର୍ଷ ଝାରସୁଗୁଡ଼ା ଉପନିର୍ବାଚନରେ ଅନେକ ନୂଆ ଭୋଟର ରହିଛନ୍ତି। ଝାରସୁଗୁଡ଼ାର ଉନ୍ନତି ପାଇଁ ଭୋଟ ଦେବାକୁ ସେମାନେ ସମସ୍ତେ ଉତ୍ସାହିତ ଅଛନ୍ତି । ଆଗରୁ ଝାରସୁଗୁଡ଼ାବସୀ ମୋ ବାପାଙ୍କୁ ସମର୍ଥନ କରି ଆସୁଥିଲେ। ମୋ ବାପା ଓ ଝାରସୁଗୁଡ଼ାବସୀଙ୍କ ଆଶୀର୍ବାଦ ମୋ ଉପରେ ଅଛି। ଝାରସୁଗୁଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଏହି ନିର୍ବାଚନର ବିପୁଳ ପରିମାଣରେ ଭୋଟ ଦେବାପାଇଁ ମୁଁ ସବୁ ଭୋଟରଙ୍କୁ ଅନୁରୋଧ କରୁଛି", କହିଛନ୍ତି ଦୀପାଳି ଦାସ ।

Jharsuguda Bypoll

ଏହାସହ ଦୀପାଳି କହିଛନ୍ତି, ବାପା ଏହି ଆସନରେ ୩ ଥର ବିଧାୟକ ହୋଇଛନ୍ତି । ୨୦୧୯ରେ ମଧ୍ୟ ବାପା ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ବାପାଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଛି, ତେଣୁ ଅଧିକ ଭୋଟରେ ଜିତିବୁ ବୋଲି ଆଶା ଅଛି । ୩ ଦଳ ଯୁବ ପ୍ରାର୍ଥୀ ଦେଇଛନ୍ତି । ତେଣୁ ଯୁବବର୍ଗ ସଠିକ୍ ପ୍ରାର୍ଥୀଙ୍କୁ ବାଛିବେ । ବିଜେଡି ପୂର୍ବରୁ ଭଲ ଭୋଟରେ ଜିତିଛି, ତେଣୁ ଏହି ନିର୍ବାଚନରେ ମଧ୍ୟ ଅଧିକ ଭୋଟରେ ଜିତିବୁ ।

ଦୀପାଳି ଦାସଙ୍କ ପୂର୍ବରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ମତଦାନ କରିଥିଲେ। ସେ ଝାରସୁଗୁଡ଼ାର ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଜୁରାଟୀ କଲୋନିର ୭୦ ନମ୍ବର ବୁଥରେ ମତଦାନ କରିଥିଲେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଆଜି ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ଆଜି ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବା ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂ ପ୍ରତିଶତ ରିପୋର୍ଟ ପ୍ରକାଶ ପାଉଛି ।

ତେବେ ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି । ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ୱେବକାଷ୍ଟିଂ କରାଯାଉଛି । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖି ପାରିବେ ।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି । ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି । ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିକ୍ଷାଳୟ, ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଉପନିର୍ବାଚନ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+