ଆସନ୍ତା ୭ରେ କମ୍ପିବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର ମୈଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୮ ତାରିଖରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଗକୁ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ଝାରସୁଗୁଡା ପ୍ରଚାର ମୈଦାନ ।

ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ ବିଜେଡି ଓ ବିଜେପି । ହେବ ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ ଦଳର ଦୁଇ ଶକ୍ତି । ଗୋଟିଏ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିବାବେଳେ ନବୀନ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୈଦାନକୁ ଓହ୍ଲାଇ ପାରନ୍ତି । ଦୁଇ ଦଳର ଷ୍ଟାର ପ୍ରଚାରକ ଦଳରେ ଏମାନେ ସାମିଲ ଥିଲେ । ତେବେ ଗୋଟିଏ ଦିନରେ ଦୁଇଦଳର ପାୱାରଫୁଲ ନେତା ଆସିବାର ସମ୍ଭାବନା ଥିବାରୁ ସରଗରମ ହୋଇଛି ରାଜନୀତି । ଭୋଟର ଦେଖିବେ କାହାର ଜୋର କେତେ ।

Jharsuguda Bypoll

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୭ ତାରିଖରେ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ନିର୍ବାଚନୀ ସଭା ସହ ରୋଡ ସୋ' କରିବେ ଧର୍ମେନ୍ଦ୍ର । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ କରିଥିଲା । ତେବେ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଥିବା ବେଳେ ଅନ୍ୟ ୨ କେନ୍ଦ୍ରମନ୍ତ୍ରୀ କେବେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ ସେନେଇ ସୂଚନା ମିଳିନାହିଁ ।

ସେପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସେହି ସମାନ ଦିନ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ଦୀପାଳିଙ୍କ ପାଇଁ ନିର୍ବାଚନୀ ସଭା କରିବା ସହ ଭୋଟ ପାଇଁ ଅପିଲ କରିବେ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି । ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି ।

ଉଲ୍ଲେଖଥାଉ କି, ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆସନ୍ତା ମେ' ୮ ତାରିଖରେ ପ୍ରଚାର ଶେଷ ହେବ । ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+