ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ତେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ନିକଟରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଏକ କମିଟି ଝାରସୁଗୁ଼ଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ପାଇଁ ସ୍ଥାନୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏକ ରିପୋର୍ଟ ପ୍ରସ୍ତୁତ କରି କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଥିଲେ ଯାହା ପରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।

Jharsuguda By Election

ସୂଚନାଥାଉ ଯେ, ଯୁବ ନେତା ତରୁଣ ପାଣ୍ତେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ପିତା ବୀରେନ୍ଦ୍ର ପାଣ୍ତେ ୧୯୮୦, ୧୯୮୫, ୧୯୯୫ ସେ କଂଗ୍ରେସରୁ ଟିକେଟ୍ ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସୂଚନାଥାଉ କି, ଆସନ୍ତା ମେ' ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ' ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ଉପନିର୍ବାଚନ ପାଇଁ ବିଜେଡି ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ରେକର୍ଡ ହାରରେ ଜିତିବ ବୋଲି ଦଳ ଆଶା ରଖିଛି । ତେବେ ଉପନିର୍ବାଚନ ପାଇଁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ବିଜେପି ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+