ଝାରସୁଗୁଡ଼ା ଉପନିର୍ବାଚନ:ବିଜେଡି ଟିକେଟ୍ ନେଲେ ଦୀପାଳି ଦାସ

ଝାରସୁଗୁଡ଼ା ଉପନିର୍ବାଚନ:ଆନୁଷ୍ଠାନିକ ଭାବେ ବିଜେଡି ଟିକେଟ୍ ନେଲେ ଦୀପାଳି ଦାସ । ଆଜି ନବୀନ ନିବାସରେ ପହଞ୍ଚି ଦଳୀୟ ଟିକେଟ୍ ନେଇଛନ୍ତି ଦୀପାଳି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ସେ ବିଜୟ ନେଇ ସମ୍ପୁର୍ଣ୍ଣ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ।

ସୂଚନା ଅନୁସାରେ, ଆଜି ନିଜ ଭାଇ ଭିଶାଲଙ୍କ ସହ ଟିକେଟ୍ ନେବା ପାଇଁ ପହଁଞ୍ଚିଥିଲେ ଦୀପାଳି । ଆସନ୍ତା ୧୮ ତାରିଖରେ ସେ ନାମଙ୍କନ ପତ୍ର ଦାଖଲ କରିବେ । ସେପଟେ ଏବେଠୁ ହିଁ ବିଜେଡିର ହେବି ୱେଟ୍ ନେତା ମାନେ ଦୀପାଳିଙ୍କୁ ଜିତାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

dipali das

ନିକଟରେ ଦୀପାଳିଙ୍କୁ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ସେ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ । ବିଜେଡିକୁ ମିଳିବ ବିପୁଳ ବିଜୟ । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏପରି ପ୍ରତିକ୍ରିୟା ଦେଇଥିଲେ ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନାଥାଉ ଯେ, ଆସନ୍ତା ମେ' ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ' ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+