'୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି'

Jharsuguda By Election

ଭୁବନେଶ୍ୱର: ଦୀପାଳିଙ୍କ ପାଇଁ ପ୍ରମିଳାଙ୍କ ଦମ୍ଭୋକ୍ତି । ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି । ବିଜେଡିକୁ ମିଳିବ ବିପୁଳ ବିଜୟ । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରତିକ୍ରିୟା ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ।

ପ୍ରମିଳା କହିଛନ୍ତି ଯେ, ଦିପାଳୀ ଜଣେ ଉଚ୍ଚଶିକ୍ଷିତା ମହିଳା । ବିରୋଧୀଙ୍କ ଉପରେ ସେ ଭାରି ପଡିବେ । ଝାରସୁଗୁଡାରେ ଅନୁକମ୍ଫା ଫ୍ୟାକ୍ଟର କାମ କରିପାରେ । ବିଜେଡି କିନ୍ତୁ ଝାରସୁଗୁଡାରେ ୫୦ ହଜାରରୁ ଅଧିକ ଭୋଟରେ ଜିତିବ ।
ଅନ୍ୟପଟେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି । ଯାହା ରଣନୀତି ପ୍ରସ୍ତୁତ ହେବ, ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ପ୍ରମିଳା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡାରେ ଉପ ନିର୍ବାଚନରେ ପ୍ରାର୍ଥୀ କରିଛି ବିଜେଡ଼ି । ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡାରେ ଉପ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମେ ୧୦ ତାରିଖରେ ପଡିବ ଉପ ନିର୍ବାଚନ ଭୋଟ୍ । ଯାହାର ଫଳାଫଳ ମେ ୧୩ ତାରିଖରେ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+