ଝାରସୁଗୁଡା ଉପନିର୍ବାଚନ: ବିଜେଡିରେ ମିଶିଲେ ବିଜେପିର ଷ୍ଟାର ପ୍ରଚାରକ ମଙ୍ଗଳ ସାହୁ

ଝାରସୁଗୁଡା: ମେ'୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ । ଏଥିନେଇ ପ୍ରଚାର ଆରମ୍ଭ ହୋଇଯାଇଛି । ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ ମଧ୍ୟରେ ହେବା ପାଇଁ ଯାଉଛି କଡା ଟକ୍କର । ଏହାରି ମଧ୍ୟରେ ବିଜେପିରେ ମିଶିଲେ ଝାରସୁଗୁଡା ସଭାପତି ମଙ୍ଗଳ ସାହୁ । ସେ ଦୁଇ ଥର ରାଜ୍ୟ ପରିଷଦରେ କାର୍ଯ୍ୟ କରିସାରିଛନ୍ତି ।

ଦୀର୍ଘ ୨୫ ବର୍ଷ ପରେ ବିଜେପିର ହାତ ଛାଡି ବିଜେଡିରେ ପାଦ ଦେଇଛନ୍ତି ମଙ୍ଗଳ ସାହୁ । ତେବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଜେପିର ପୁରୁଣା ନେତା ହେବା ସତ୍ୱେ ଦଳ ପକ୍ଷରୁ ଅଣଦେଖା କରାଯାଇଥିଲା ।

Mangal Sahoo

କେବଳ ରାଜନୀତି ପାଇଁ ନୁହେଁ ବିଜେଡିରେ ଯୋଗ ଦେବା ପଛରେ ଅନେକ କାରଣ ରହିଛି । ବିଜେଡିକୁ ତୃଣମୂଳ ସ୍ଥରରେ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ମଙ୍ଗଳ ସାହୁ । ଏହାଛଡ଼ା ସେ କହିଛନ୍ତି ଯେ, ବିଜେପିର ସେ ଜଣେ ଶୃଙ୍ଖଳିତ କର୍ମୀ ଥିଲେ ହେଲେ କାର୍ଯ୍ୟ କରିବା ସମୟରେ କଷ୍ଟ ହେଇଥିଲା । ସେଥିପାଇଁ ସେ ବିଜେଡିରେ ଯୋଗ ଦେଲେ, ଆଗକୁ ଆହୁରି ଦଳରେ ମିଶିବେ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଥାଉ ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ମଙ୍ଗଳ ସାହୁଙ୍କ ନାଁ ସାମିଲ ଥିଲା । ବର୍ତ୍ତମାନ ସେ ବିଜେଡିରେ ସାମିଲ ହେବା ପରେ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+