ଆସନ୍ତାକାଲି ଝାରୁସୁଗୁଡ଼ା ଭୋଟ୍, ଅଧିକ ରହିଛି ମହିଳା ଭୋଟରଙ୍କ ସଂଖ୍ୟା
ଝାରୁସୁଗୁଡ଼ା:ଆସନ୍ତାକାଲି ମତଦାନ କରିବେ ଝାରସୁଗୁଡ଼ାବାସୀ । ĒVM ଏବଂ ଅନ୍ୟ ସରଞ୍ଜାମ ସହ ବୁଥରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି । ପ୍ରଥମ ଥର ପାଇଁ ସବୁ ବୁଥରେ କରାଯାଇଛି ୱେବକାଷ୍ଟିଂ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୭ କମ୍ପାନୀ ସେଣ୍ଟ୍ରାଲ୍ ପାରା ମିଲିଟାରୀ ଫୋର୍ସ ସହ ରାଜ୍ୟ ପୋଲିସର ୧୯ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।
ଆସନ୍ତା କାଲି ଅର୍ଥାତ୍ ମେ'୧୦ ତାରିଖରେ ୨୫୩ଟି ବୁଥରେ ସକାଳ ୭ଟାରୁ ସଂଧ୍ୟା ୬ ଯାଏ ହେବ ଭୋଟିଂ । ୧୪୪ଟି ମତଦାନ କେନ୍ଦ୍ର ଉପରେ ରଖାଯିବ କଡା ନଜର । ୨୨୭ଟି ବୁଥରେ ପୁଲିଂ ପାର୍ଟି ପହଞ୍ଚି ସାରିଛି । ଆଜି ବାକି ୨୬ଟି ପିଙ୍କ୍ ବୁଥରେ ପୁଲିଂ ପାର୍ଟି ପହଞ୍ଚିବା ନେଇ ରହିଛି ସୂଚନା । ୬୯ଟି ସ୍ଥାନରେ ୧୧୬ଟି ରହିଛି ସମ୍ବେଦନଶୀଳ ବୁଥ୍ ରହିଛି ଯେଉଁଥି ପାଇଁ ୬୯ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ।

ଗତକାଲି ମୋଟ୍ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର୍ ମତଦାନ କରିବେ । ଯେଉଁଥିରୁ ୧ ଲକ୍ଷ ୧୦ ହଜାର ୬୮୩ ଜଣ ମହିଳା ଭୋଟର୍ ରହିଥିବା ବେଳେ ୧ ଲକ୍ଷ ୧୦ ହଜାର ୩୨୩ ଜଣ ରହିଛନ୍ତି ପୁରୁଷ ଭୋଟର୍ । ପୁରୁଷଙ୍କ ତୁଳନାରେ ଅଧିକ ରହିଛି ମହିଳା ଭୋଟରଙ୍କ ସଂଖ୍ୟା ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ସେହିପରି ଝାରସୁଗୁଡ଼ା ଏସପିଙ୍କ ସହ ମଧ୍ୟ ମତଦାନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ଆଦର୍ଶ ଆଚରଣବିଧି ପାଳନକୁ ଫୋକସ କରାଯାଉଛି ।
ନିର୍ବାଚନ ସୁପରିଚାଳନା ଲାଗି ୭ କମ୍ପାନୀ ସେଣ୍ଟ୍ରାଲ୍ ପାରା ମିଲିଟାରୀ ଫୋର୍ସ, ୧୬ ପ୍ଲାଟୁନ୍ ଓଏସଏପି ଓ ଏପିଆର, ୨୫ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୮ଟି ପ୍ଲାଇଂ ସ୍କ୍ୱାର୍ଡ, ୮ଟି ଏସଏସଟି ମୁତୟନ ହେବ ବୋଲି ସୂଚନା ରହିଛି ।












Click it and Unblock the Notifications