Get Updates
Get notified of breaking news, exclusive insights, and must-see stories!

Jharkhand Assembly Election 2024:ଝାଡ଼ଖଣ୍ଡରେ ଏନଡିଏ: ଅଧିକାଂଶଏକଜିଟ୍ ପୋଲ ସଂସ୍ଥା

ମହାରାଷ୍ଟ୍ର ସମେତ ଆଜି ଝାରଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ସନ୍ଧ୍ୟା ୬ଟାରେ ଇଭିଏମ ସିଲ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧। ଚୂଡ଼ାନ୍ତ ଫଳାଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି।

vote

ବର୍ତ୍ତମାନ ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଅଧିକାଂଶ ଏକଜିଟ ପୋଲର କହିବା କଥା ଯେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆ ଭିନ୍ନ କଥା କହିଛି। ଏହି ସଂସ୍ଥା କହିଛି ଯେ ଝାରଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟ ୫୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଜେପି ମେଣ୍ଟ ୨୫ ଓ ଅନ୍ୟାନ୍ୟ ଦଳ ଖାତାକୁ ୩ଟି ଆସନ ଯିବ।

ମାଟ୍ରିଜ କହିଛି ଯେ ବିଜେପି ମେଣ୍ଟ ୪୨ରୁ ୪୭, ଇଣ୍ଡିଆ ୨୫ରୁ ୩୦ ଓ ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇବେ। ପିପୁଲ୍ସ ପ୍ଲସର ଆକଳନ କହୁଛି, ବିଜେପି ମେଣ୍ଟ ୪୪ରୁ ୫୩, ଇଣ୍ଡିଆ ୨୫ରୁ ୩୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ ଆସନ ଜିତିବେ। ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ ହୋଇଥିବା ସର୍ଭେରେ ବିଜେପି ମେଣ୍ଟ ୪୦ରୁ ୪୪, ଇଣ୍ତିଆ ୩୦ରୁ ୪୦ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତି ପାରନ୍ତି ବୋଲି କୁହାଯାଇଛି।

ଦୈନିକ ଭାସ୍କର କହିଛି ଯେ ବିଜେପି ମେଣ୍ଟ ୩୭ରୁ ୪୦ଟି, ଇଣ୍ତିଆ ୩୬ରୁ ୩୯ ଓ ଅନ୍ୟାନ୍ୟ ଦଳ ଶୂନରୁ ୨ଟି ଆସନ ପାଇବେ ପିଏମଆରକ୍ୟୁ ଏକଜିଟ ପୋଲରେ ଆକଳନ କରିଛି ଯେ ବିଜେପି ମେଣ୍ଟ ୩୧ରୁ ୪୦, ଇଣ୍ଡିଆ ୩୭ରୁ ୪୭ ଓ ଅନ୍ୟାନ୍ୟ ଦଳ ୧ରୁ ୬ଟି ଆସନ ପାଇବେ। ଚାଣକ୍ୟ କହିଛି ଯେ ବିଜେପି ମେଣ୍ଟ ୪୫ରୁ ୫୦, ଇଣ୍ଡିଆ ୩୫ରୁ ୩୮ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତିବେ।ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୩୨, ଇଣ୍ଡିଆ ୪୨ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+