Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ଡରେ ପୁଣି ରାଜନୈତିକ ହଲଚଲ୍, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ

ରାଞ୍ଚି: କିଛି ଦିନ ପରେ ପୁଣି ଝାଡ଼ଖଣ୍ଡ ରାଜନୀତିରେ ହୋଇଛି ହଲଚଲ୍ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ୍ । ଇସ୍ତଫା ପୂର୍ବରୁ ଚମ୍ପାଇ ସୋରେନଙ୍କ ଘରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।

ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଜମି ଦୁର୍ନୀତିରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି । ଫଳରେ ହେମନ୍ତ ମୁଖ୍ୟମନ୍ତ୍ରୀ ହେବା ବାଟ ସଫା ହୋଇଯାଇଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଥିବା ମଧ୍ୟ ସୂଚନା ରହିଛି ।

Champai soren resign

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚମ୍ପାଇଙ୍କ ଇସ୍ତଫା ପରେ ନୂତନ ସରକାର ଗଠନ ପାଇଁ ଔପଚାରିକତା ମଧ୍ୟ ଆନୁଷ୍ଠାନିକତା ଭାବେ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ସୋରେନଙ୍କୁ ଜୁନ୍ 28ରେ ଜାମିନ ମିଳିଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଇସ୍ତଫା ନେଇ କଳ୍ପନାଜଳ୍ପନା ମଧ୍ୟ ବୃଦ୍ଧି ପାଇଥିଲା । ହେମନ୍ତ ସୋରେନ ବୁଧବାର ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସହ ଏକ ବୈଠକ କରିଥିଲେ । ଖବର ଅନୁଯାୟୀ, ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର କାର୍ଯ୍ୟକାରୀ ସଭାପତି କରାଯିବ ।

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ବିଧାୟକ ଦଳ ବୈଠକ ହୋଇଥିଲା । ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା । ସେହିପରି ଝାଡ଼ଖଣ୍ଡର ମେଣ୍ଟ ସରକାରରେ ଥିବା କଂଗ୍ରେସ ଓ ଆରଜେଡି ମଧ୍ୟ ହେମନ୍ତ ସୋରେନଙ୍କୁ ସମର୍ଥନ କରିଥିଲେ । ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଜାନୁଆରୀ 31 ରେ ଇଡି ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା । ଗିରଫର କିଛି ମିନିଟ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ଜାମିନରେ ଆସିବା ପରେ ପୁଣି ସେ ମୁଖ୍ୟମନ୍ତ୍ରୀ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+