ନବ ଦାସ ହତ୍ୟାକାଣ୍ଡ ପରେ ଜୟନାରାୟଣ ବଡ ନିଷ୍ପତ୍ତି, ଫେରାଇ ଦେଲେ ସୁରକ୍ଷାକର୍ମୀ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ ନିଷ୍ପତ୍ତି । ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ଜୟନାରାୟଣ ।

Jayanarayan Mishra

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ ନିଷ୍ପତ୍ତି । ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ଜୟନାରାୟଣ । ଏନେଇ ନିଜ ପ୍ରତିକ୍ରିୟାରେ ଜୟନାରାୟଣ କହିଛନ୍ତି, ଓଡ଼ିଶା ପୋଲିସ ଉପରେ ମୋର ଭରସା ନାହିଁ। ତେଣୁ ମୁଁ ସରକାର ଦେଇଥିବା ପିଏସଓ ଫେରାଇ ଦେଇଛି। ମୁଁ କୌଣସି ସୁରକ୍ଷା ଓଡ଼ିଶା ପୋଲିସଠାରୁ ନେବି ନାହିଁ ।

ସେହିପରି କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କର ଭରସା ନାହିଁ । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ରାଜ୍ୟବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କ'ଣ? କ୍ରାଇମବ୍ରାଞ୍ଚ ବାରମ୍ବାର ଆମକୁ ଆଈ ମା' କାହାଣୀ ଶୁଣାଇଛନ୍ତି । ପରୀ ଓ ମମିତା ପରେ ଆଉ ଏକ କାହାଣୀ ପ୍ଲଟ୍ ଖୋଜା ଚାଲିଛି ବୋଲି ଜୟନାରାୟଣ କହିଛନ୍ତି ।

ସେପଟେ ନବ ଦାସଙ୍କୁ ଗୁଳିମାଡ଼ ଓ ଭୁବନେଶ୍ୱରର ସ୍ଥାନାନ୍ତରକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ । ସେ କହିଛନ୍ତି, ନବ ଦାସଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ ନିଆ ଯାଇଥିଲା । ସେଠି ତାଙ୍କର ଇସିଜି ହୋଇଥିଲା। ସେ ରିପୋର୍ଟ ସାର୍ବଜନୀନ କରାଯାଉ । ଝାରସୁଗୁଡ଼ା ବିମାନବନ୍ଦରରେ ନେବା ବେଳେ ତାଙ୍କ ଅବସ୍ଥା କ'ଣ ଥିଲା ? ସେ ରିପୋର୍ଟ ଏୟାରପୋର୍ଟ ଅଥୋରିଟି ଦିଅନ୍ତୁ ?

ଏହା ବ୍ୟତୀତ ଆଉ ଏକ ଗୁରୁତର ଓ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଜୟନାରାୟଣ। ସେ କହିଛନ୍ତି, ଯେତେବେଳେ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲକୁ ଅଣାଗଲା ସେତେବେଳେ କାହିଁକି ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ ? ଏଭଳି ପ୍ରଥମଥର ଦେଖିବାକୁ ମିଳିଲା ଯେତେବେଳେ ଜୀବନ୍ତ ଲୋକ ଏବଂ ବୟସରେ ସାନ ଲୋକଙ୍କୁ ନମସ୍କାର କରାଯାଇଥିଲା । କଣ ଏଭଳି ନମସ୍କାର କରାଯାଏ କି ବୋଲି ସେ ଜାଣିବାକୁ ଚାହିଁଛନ୍ତି ।

ଜୟନାରାୟଣ ଅଭିଯୋଗ କରିଛନ୍ତି, ନବଙ୍କୁ ଗୁଳି ବାଜିବା ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଜାଣିଶୁଣି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପ୍ରଚାର କରାଯାଇଥିଲା। ଏହା ପୃଥିବୀର ପ୍ରଥମ ଘଟଣା। ଲୋକଙ୍କୁ ଦେଖାଇବା ପାଇଁ ମୃତ ବ୍ୟକ୍ତିଙ୍କ ଉପରେ ଅସ୍ତ୍ରୋପ୍ରଚାର କରାଯାଇ ଆଇସିୟୁରେ ରଖାଯାଇଥିଲା। ଏସବୁ ଘଟଣାର ତଦନ୍ତ ହେବାର। ହେଲେ ରାଜ୍ୟ ସରକାର ନବ ଦାସ ହତ୍ୟା ଘଟଣାକୁ ଚାପି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ମୁଁ ଆଈ ମା' କାହାଣୀ ଶୁଣିବାକୁ ଚାହୁଁନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+