Get Updates
Get notified of breaking news, exclusive insights, and must-see stories!

ସୁରଙ୍କ ବଡ ବୟାନ; ପୁଅ କଂଗ୍ରେସରୁ ଛିଡା ନହେଲେ ମୋ ଭୋଟ ବି ଦେବିନି

ଭୁବନେଶ୍ୱର ୨୫/୦୩/୨୦୨୪ : ୧୮ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । କେତେବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଆସିପାରେ । ଏସବୁ ଭିତରେ ବଡ ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଚର୍ଚ୍ଚା ଭିତରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ଆସିଛି ସେ କହିଛନ୍ତି ଯେ, ସାନ ପୁଅ ମୋର ଅବୁଝା । ବିଜେଡି ଯିବା ପାଇଁ ବ୍ୟାକୁଳ । ବିଜୁ ଜନତା ଦଳ ଆଡକୁ ସେ ଆକର୍ଷିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସେ ଖୁବ୍ ପ୍ରଭାବିତ ହୋଇଛନ୍ତି । ମୁଁ ପୁଅକୁ ବୁଝାଇବାକୁ ଚେଷ୍ଟା ଚଳାଇଛି । ମୁଁ ଆଣ୍ଡେଇ ପଡିଲାଣି
କଂଗ୍ରେସକୁ ଲଢାଇବା ଲାଗି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ କଂଗ୍ରେସ ହେଉଛି ମନ୍ଦିର, ଆଉ ହାତ ଚିହ୍ନ ଭଗବାନ । ହାତରୁ ସେ ଛିଡା ହେଉ ବୋଲି ମୁଁ ଚାହେଁ । ପୁଅ ମୋର ବିଜେଡିରୁ ଛିଡା ହେଲେ ମୁଁ ତା ପାଇଁ ପ୍ରଚାର କରିବି ନାହିଁ କି ମୁଁ ମୋ ନିଜ ଭୋଟ ମୋ ପୁଅକୁ ଦେବିନି ବୋଲି ସେ କହିଛନ୍ତି । ମୋ ସାନ ପୁଅ ଜଟଣୀରେ କଂଗ୍ରେସରୁ ଛିଡା ନହେଲେ ମୁଁ ଆଉ ପୁଅ ସପକ୍ଷରେ କି ବିପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଯିବିନି ।

sura routaray

ସେ କହିଛନ୍ତି ମୁଁ ନୀତିବାନ ଲୋକ । କଂଗ୍ରେସ ଦଳରେ ଜନ୍ମ, କଂଗ୍ରେସ ଦଳରେ ହିଁ ମୋର ମୃତ୍ୟୁ । ଦରକାର ପଡିଲେ ଜଟଣୀରୁ କଂଗ୍ରେସର ଭଲ ପ୍ରାର୍ଥୀ ଦେବି । ଯାହାର ବିଜୟ ସମ୍ଭାବନା ଥିବ ତାକୁ ପ୍ରାର୍ଥୀ କରି ବିଜୟୀ କରାଇବି ବୋଲି କହିଛନ୍ତି ସୁର ।

ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ଵିତୀୟ
ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+