Get Updates
Get notified of breaking news, exclusive insights, and must-see stories!

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏର ପ୍ରାର୍ଥୀ ହେଲେ ଜଗଦୀପ ଧନଖର

ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀ ହେଲେ। ତାଙ୍କ ନାମ ବିଜେପି ସଂସଦୀୟ ପ୍ୟାନେଲ ଦ୍ୱାରା ଚୂଡ଼ାନ୍ତ କରାଯାଇଥିଲା ।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀ ହେଲେ। ତାଙ୍କ ନାମ ବିଜେପି ସଂସଦୀୟ ପ୍ୟାନେଲ ଦ୍ୱାରା ଚୂଡ଼ାନ୍ତ କରାଯାଇଥିଲା । ଏନେଇ ଜେପି ନଡ୍ଡା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ ଏବଂ ରାଜନାଥ ସିଂଙ୍କ ସମେତ ଶନିବାର ଦଳର ମୁଖ୍ୟାଳୟରେ ସାକ୍ଷାତ କରିଛନ୍ତି ।

jagdeep

1989 ଲୋକସଭା ନିର୍ବାଚନରେ ରାଜସ୍ଥାନ ଝୁନଝୁନୁରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ 1990 ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । 1993 ରେ, ସେ ଆଜମେର ଜିଲ୍ଲାର କିଶନଗଡ ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଜୁଲାଇ 2019 ରେ, ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା । ଯେଉଁଠାରେ ସେ ଜନକଲ୍ୟାଣ ପ୍ରସଙ୍ଗଉପରେ ଆଲୋକପାତ କରି ପିପୁଲ୍ସ ଗଭର୍ଣ୍ଣର ଭାବରେ ଏକ ପରିଚୟ ସୃଷ୍ଟି କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ 19 ଏବଂ ନିର୍ବାଚନ ଅଗଷ୍ଟ 6 ରେ ଧାର୍ଯ୍ୟ କରାଯାଇଛି। ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ 10 ତାରିଖରେ ଶେଷ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+