Get Updates
Get notified of breaking news, exclusive insights, and must-see stories!

ପଦ୍ମପୁରରେ ବିଜେଡି ବିଜୟର କାରଣ କ’ଣ ? ନବୀନ ମ୍ୟାଜିକ୍ ନା ନୂଆ ଜିଲ୍ଲା ଗଠନ ପ୍ରତିଶୃତି ?

ବିଜେଡି଼ର ଏହି ବିଶାଳ ବିଜୟ ପଛରେ କଣ ରହିଛି କାରଣ ତାକୁ ନେଇ ଏବେ ଆରମ୍ଭ ହୋଇଛି ହିସାବ କିତାବ । ବିଜେଡି ବିଜୟ ପଛରେ ଦଳର ସ୍ୱତନ୍ତ୍ର ରଣନୀତି, ତୃଣମୂଳ ସ୍ତରରେ ଦଳର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି ।

ଭୁବନେଶ୍ୱର: ପଦ୍ମପୁର ରେଜଲ୍ଟରେ ଫାଷ୍ଟ କ୍ଲାସ ବିଜେଡ଼ି । ବର୍ଷାଙ୍କୁ ଉପରେ ଆଶୀର୍ବାଦର ବର୍ଷା କଲେ ପଦ୍ମପୁରବାସୀ । ତେବେ ପଦ୍ମପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା କେବଳ ଯେ ବିଜୟୀ ହୋଇ ନାହାଁନ୍ତି । ମାତ୍ର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ବାଜି ମାତ୍ କରିଛନ୍ତି ବର୍ଷା ।

Padmapur Bypoll Result

ତେବେ ବିଜେଡି଼ର ଏହି ବିଶାଳ ବିଜୟ ପଛରେ କଣ ରହିଛି କାରଣ ତାକୁ ନେଇ ଏବେ ଆରମ୍ଭ ହୋଇଛି ହିସାବ କିତାବ । ବିଜେଡି ବିଜୟ ପଛରେ ଦଳର ସ୍ୱତନ୍ତ୍ର ରଣନୀତି, ତୃଣମୂଳ ସ୍ତରରେ ଦଳର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି । କିନ୍ତୁ ବିଜେଡିର ବିଜୟ ପଛରେ ଟଙ୍କା ବଣ୍ଟା ଓ କଂଗ୍ରେସର ଭୋଟ ମ୍ୟାନେଜମେଣ୍ଟ ବୋଲି କହିଛନ୍ତି ବିରୋଧୀ ।

ତେବେ ବିଜୟ ପାଇଁ ପଦ୍ମପୁରବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ବର୍ଷା । କହିଛନ୍ତି, ବିରୋଧୀଙ୍କୁ ଜବାବ ଦେଇଛନ୍ତି ପଦ୍ମପୁରବାସୀ । ଏହା ତାଙ୍କର ଜନ୍ମଭୂମି ଓ କର୍ମଭୂମି । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯୋଗୁଁ ପଦ୍ମପୁରବାସୀ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ଚାଲିଲା କି ନବୀନ ମ୍ୟାଜିକ୍ ?

ପୁଣିଥରେ ପ୍ରମାଣିତ ହେଲା ଯେ, ବିଜେଡ଼ିର ଷ୍ଟାର ପ୍ରଚାରକ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ବର୍ଗର ଭୋଟରଙ୍କ ମଧ୍ୟରେ ରହିଛି ନବୀନଙ୍କ କ୍ରେଜ୍ ।

ଜିଲ୍ଲା ଗଠନ ପ୍ରତିଶୃତି ପକାଇଲା ପ୍ରଭାବ ?

କୁହାଯାଉଛି ବିଜେଡି ବିଜୟର ପ୍ରମୁଖ କାରଣ ହେଉଛି ରଣନୀତିରେ ପରିବର୍ତ୍ତନ ଓ ପୁଳାପୁଳା ପ୍ରତିଶ୍ରୃତି । ନୂଆ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତି ଯଥେଷ୍ଟ ପ୍ରଭାବ ପକାଇଛି । ପଶ୍ଚିମ ଓଡିଶାର ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ ଓ ସୁଧୀର ସାମଲଙ୍କ ଭଳି ନେତା ଗଡ ଜଗିଥିଲେ ।
ଗ୍ରାଉଣ୍ଡ ଜିରୋରେ ରହି ମଙ୍ଗ ଧରିିଲେ ବରିଷ୍ଠ ନେତା ।

ବିଜେଡିକୁ ଗଲା କି କଂଗ୍ରେସ ଭୋଟ ?

ତେବେ ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ିଯାଇଛି । କଂଗ୍ରେସ ର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ି ଯାଇଥିବା କୁହାଯାଉଛି । ୨୦୨୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂହ ବରିହା ପାଇଥିଲେ ୮୩, ୨୯୯ ଖଣ୍ଡ ଭୋଟ। ଏଥିର ତାଙ୍କ ଅବର୍ତ୍ତମାନରେ ତାଙ୍କ ଝିଅ ବର୍ଷା ସିଂହ ବରିହା ପାଇଛନ୍ତି ୧,୨୦,୮୦୭ ଖଣ୍ଡ ଭୋଟ । ସେପଟେ ବର୍ଷାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮,୧୨୮ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନରେ ସେ ପାଇଥିଲେ ୭୭,୫୬୫ ଖଣ୍ଡ ଭୋଟ୍‌ । ଅର୍ଥାତ ଗତ ନିର୍ବାଚନ ତୁଳନାରେ ଏହି ଦଳର ଭୋଟ ମାତ୍ର ୫୬୩ ଖଣ୍ଡ ବଢ଼ିଛି । ମୋଟ ଉପରେ ବିଜେପି ଭୋଟ୍‌ ଏଠାରେ ଅକ୍ଷୁର୍ଣ୍ଣ ରହିଛି ।

ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଥିଲେ ୩୨, ୭୮୭ ଖଣ୍ଡ ଭୋଟ୍‌ । ମାତ୍ର ଏଥର ସେ ପାଇଛନ୍ତି ମାତ୍ର ୩,୫୯୪ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ କଂଗ୍ରେସ ହରେଇଛି ୨୯ ହଜାର ଭୋଟ । ତେଣୁ ବିଜେପିର ଭୋଟ କମିନଥିଲେ ବି ବିଜେଡିର ଭୋଟ ଯଥେଷ୍ଟ ବଢ଼ି ଯାଇଛି । ଯାହା ବିଜୟର ବ୍ୟବଧାନକୁ ବଢ଼ାଇ ଦେଇଛି ।

ଅନ୍ୟପଟେ ପଦ୍ମପୁର ବିଜୟ ପରେ ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରିବା ସହ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+