'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୈଡରେ ଏବେ ମମତା ବାର୍ନାଜୀଙ୍କ ନାଁ !
କୋଲକାତା: 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡର କିଏ ? ଗତକାଲି ବସିଥିବା ବିରୋଧି ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି । କାରଣ ଗତକାଲି ବିରୋଧୀ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିଥିଲେ ।
ତେବେ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହି ରେସରେ ଏଣ୍ଟ୍ରୀ ମାରିଛି । ଟିଏମସି ସାଂସଦ ଶତାବ୍ଦୀ ରାୟ କହିଛନ୍ତି ଯେ, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା ବାନାର୍ଜୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ତେହେରା ହେବେ ।

ଶତାବ୍ଦୀ କହିଛନ୍ତି, ଆମେ ଚାହୁଁଛୁ ଆମ ନେତା ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚନ୍ତୁ । ଏଥିପାଇଁ ଆମର ଆଗାମୀ ପଦକ୍ଷେପ କିଛି ଭିନ୍ନ ହେବାକୁ ଯାଉଛି । ସ୍ୱପ୍ନ ଦେଖିବା ଓ ବଡ ଇଚ୍ଛା ରଖିବାରେ କୌଣସି ସମସ୍ୟା ନାହିଁ ।
ତେବେ ଗକୃତକାଲି ବୈଠକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ଯାଦବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ । ଏଥି ସହ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଘେରିଥିଲେ । ଲାଲୁ କହିଥିଲେ, ଯେତେବେଳେ ବିରୋଧୀ ଦଳ ମଧ୍ୟରେ ଏକତା ଆଣିବାକୁ ପ୍ରୟାସ କରାଯାଉଛି ସେତେବେଳେ ଅଧୀର ରଞ୍ଜନ ଚୌଧୁରୀ କାହିଁକି ମମତାଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ଏଭଳି ପ୍ରସଙ୍ଗ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଉଠାଇଥିଲେ ଲାଲୁ ଯାଦବ ।












Click it and Unblock the Notifications