Get Updates
Get notified of breaking news, exclusive insights, and must-see stories!

‘ଇଣ୍ଡିଆ’ ନା ‘ଏନଡିଏ’: କେଉଁଆଡ଼େ ଯିବେ ଏହି ୯ ନିରପେକ୍ଷ ଦଳ, ସାଜିବେ କି କିଙ୍ଗ ମେକର୍ ?

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଗଠବନ୍ଧନକୁ ସଜାଡ଼ିବାରେ ଲାଗିଛନ୍ତି । ଉଭୟ ପାର୍ଶ୍ୱରେ ରାଜନୈତିକ ଦଳମାନେ ସାମିଲ ହେଉଛନ୍ତି । ମାତ୍ର ଏହି ୯ ନିରପେକ୍ଷ ବଡ଼ ରାଜନୈତିକ ଦଳ ଉପରେ ଏବେ ସଭିଙ୍କ ନଜର ରହିଛି ।

କାରଣ ଏହି ଦଳମାନେ ଏବେ ଏନଡିଏ ଓ ଇଣ୍ଡିଆ ଠାରୁ ଦୂରତା ବଜାୟ ରଖିଛନ୍ତି । ଏହି ଦଳଗୁଡ଼ିକ ଜାତୀୟ ରାଜନୈତିକର କାୟା ବଦଳାଇ ଦେବାର ସାମର୍ଥ୍ୟ ରଖୁଛନ୍ତି । ଆଉ କୁହାଯାଉଛି ନିର୍ବାଚନ ଫଳାଫଳ ପରେ ଏମାନେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି । ଆଉ ଏପରି ହେଲେ କିଙ୍ଗ୍ ମେକର ସାଜିବେ ଏହି ନଅଟି ଦଳ ।

King Maker

ସେହି ଦଳଗୁଡ଼ିକ ମଧ୍ୟରେ ଶିରୋମଣି ଅକାଳି ଦଳ (ଏସଏଡି), ବହୁଜନ ସମାଜ ପାର୍ଟି (ବସପା), ବିଜୁ ଜନତା ଦଳ (ବିଜେଡି), ଭାରତ ରାଷ୍ଟ୍ର ସମିତି (ବିଆରଏସ), ଜନତା ଦଳ- ଧର୍ମନିରପେକ୍ଷ (ଜେଡିଏସ), ୱାଇଏସଆରସିପି, ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ, ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମୀନ (ଏଆଇଏଆଇଏମ) ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇଡୁୟୁଏଫ) ।

ବିଜେଡି

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜୁ ଜନତା ଦଳ, ଏବେ କୌଣସି ମେଣ୍ଟରେ ସାମିଲ ହୋଇ ନାହାନ୍ତି । ନବୀନ ପଟ୍ଟନାୟକ ହେଉଛନ୍ତି ସେହି ନେତା ଯିଏ ସମଦୂରତା ରାଜନୀତିରେ ବିଶ୍ବାସ କରନ୍ତି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ପଟ୍ଟନାୟକ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏର ଏକ ଅଂଶ ଥିଲେ ଏବଂ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। କିନ୍ତୁ ୨୦୦୦ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଦେଶରେ ମୋଦି ଲହର ପରେ ମଧ୍ୟ ୨୦୧୯ରେ ସେମାନେ ୧୨ଟି ଲୋକସଭା ଆସନ ଜିତିଛି ବିଜେଡ଼ି ।

ୱାଇଏସଆର କଂଗ୍ରେସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦଳ ୱାଇଏସଆର କଂଗ୍ରେସ। ନା ବିରୋଧୀ ଦଳ ସହିତ ରହିଛି ନା ଶାସକ ଦଳ ଏନଡିଏକୁ ସମର୍ଥନ ଘୋଷଣା କରିଛି । କାରଣ କଂଗ୍ରେସ ସହିତ ଦଳର ପୁରୁଣା ଶତ୍ରୁତା ରହିଛି ୱାଇଏସଆର କଂଗ୍ରେସ । ଯାହା ଫଳରେ ସେ ବିରୋଧୀ ମେଣ୍ଟ ସହ ଯୋଡ଼ି ହୋଇ ନାହାନ୍ତି । ସେପଟେ ବିଜେପି ସହିତ ଗଲେ ରାଜ୍ୟରେ କ୍ଷମତାଚ୍ଯୁତ ହୋଇପାରନ୍ତି ଆଶଙ୍କା କରି ଏବେ ସମର୍ଥନ ଘୋଷଣା କରିନାହାନ୍ତି । କିନ୍ତୁ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ କରୁଛନ୍ତି । ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ମଧ୍ୟରୁ ୨୨ଟି ଲୋକସଭା ଆସନ ପାଇଛନ୍ତି ଜଗନ୍ ମୋହନ ରେଡ୍ଡୀ ।

ଟିଆରଏସ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜାତୀୟ ରାଜନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଦଳକୁ ଭାରତ ରାଷ୍ଟ୍ର ସମିତିରେ ପରିବର୍ତ୍ତନ କରିଛନ୍ତି । କିନ୍ତୁ ସେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବିରୋଧୀ ବୈଠକରେ ସାମିଲ ହୋଇ ନାହାନ୍ତି । କାରଣ ଆଗାକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି । ଏଠାରେ ବିଆରଏସର ପ୍ରମୁଖ ପ୍ରତିଦ୍ବନ୍ଦୀ କଂଗ୍ରେସ ଅଛି । ଏପରି ସ୍ଥିତିରେ କେସିଆର କୌଣସି ମେଣ୍ଟ ସହ ରହିବାକୁ ଚାହୁଁ ନାହାନ୍ତି ।

ଟିଡ଼ିପି (ତେଲୁଗୁ ଦେଶମ ପାର୍ଟି)

ତେଲୁଗୁ ଦେଶମ ପାର୍ଟି, ଯାହାର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏକଦା ଏନଡିଏର ଅନ୍ୟତମ ଲୋକପ୍ରିୟ ଚେହେରା ଥିଲେ । ଆନ୍ଧ୍ରପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁ ଥିଲେ, କିନ୍ତୁ ୨୦୧୯ ରେ ସେ ଏନଡିଏରୁ ଦୂରେଇ ଯାଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ହୋଇଥିଲା । ସେ କେବଳ ଦେଶର ରାଜନୀତିରେ ଅପ୍ରାସଙ୍ଗିକ ହୋଇ ନଥିଲେ, ସେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ହରାଇଥିଲେ । ଏବେ ସେ କୌଣସି ଗୋଷ୍ଠୀକୁ ସମର୍ଥନ କରିନାହାନ୍ତି । କିନ୍ତୁ ନିକଟରେ ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ସେ ଭେଟିବା ପରେ ପୁଣିଥରେ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି ।

ବିଏସପି ଓ ଅକାଳୀ ଦଳ

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ, ପଞ୍ଜାବର ପୂର୍ବତନ ଶାସକ ଦଳ ଶିରୋମଣୀ ଅକାଳୀ ଦଳ ମଧ୍ୟ କୌଣସି ମେଣ୍ଟକୁ ସମର୍ଥନ କରିନାହାନ୍ତି । ସେହିପରି ଜେଡିଏସ, ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ, ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମୀନ (ଏଆଇଏଆଇଏମ) ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇଡୁୟୁଏଫ) ଦଳମାନେ ମଧ୍ୟ କେଉଁ ମେଣ୍ଟକୁ ସମର୍ଥନ ଦେଇ ନାହାନ୍ତି ।

ତେବେ ଏନଡିଏ ଓ ଇଣ୍ଡିଆ ପାଇଁ ଏହି ନିରପେକ୍ଷ ୯ ଟି ଦଳ ଏବେ ଚିନ୍ତାର କାରଣ ସାଜିଛନ୍ତି । ଏହି ଦଳଗୁଡ଼ିକ ଯେଉଁପଟକୁ ଢଳିବେ ସେହି ପକ୍ଷ ନିଶ୍ଚିତ ଭାବେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଦିନରେ ଏମାନଙ୍କୁ ନିଜ ପକ୍ଷକୁ ନେବାକୁ ଦୁଇ ଗୋଷ୍ଠୀ ମଧ୍ୟରେ କଡ଼ା ସଂଘର୍ଷ ଚାଲିବ । ଏଥର ନିର୍ବାଚନ ନିଶ୍ଚିତ ଭାବେ ରୋମାଞ୍ଚକର ହେବ ତାହା ବର୍ତ୍ତମାନ ଠାରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ପଦ ଓ କ୍ଷମତା ଲାଳସାରେ ଏହି ନିରପେକ୍ଷ ଦଳମାନେ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+