‘ଜୀବନର ଝଡ଼ ଭିତରେ ଅଣ୍ଟା ସଳଖି ନିଜକୁ ସଶକ୍ତ କରିଥିଲେ; ଏମିତି ନମ୍ର ଥିଲେ ଦ୍ରୌପଦୀ’
ଲୁହ ଶିଖାଇ ଥିଲା ବଞ୍ଚିବାର କଳା। ତେବେ ଜୀବନର ଝଡ଼ ଭିତରେ ଅଣ୍ଟା ସଳଖି ସେ ନିଜକୁ ସଶକ୍ତ କରିଥିଲେ । ସେ ହେଉଛନ୍ତି ସେହି ସମ୍ଭ୍ରାନ୍ତ ତଥା ନମ୍ର ମହିଳା। ଏସବୁ ପ୍ରତିଫଳିତ ହୋଇଛି ରାଷ୍ଟ୍ରପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ। ତାର ଏକ ଜ୍ଵଳନ୍ତ ଉଦାହରଣ
ଭୁବନେଶ୍ୱର : ଲୁହ ଶିଖାଇ ଥିଲା ବଞ୍ଚିବାର କଳା। ତେବେ ଜୀବନର ଝଡ଼ ଭିତରେ ଅଣ୍ଟା ସଳଖି ସେ ନିଜକୁ ସଶକ୍ତ କରିଥିଲେ । ସେ ହେଉଛନ୍ତି ସେହି ସମ୍ଭ୍ରାନ୍ତ ତଥା ନମ୍ର ମହିଳା। ଏସବୁ ପ୍ରତିଫଳିତ ହୋଇଛି ରାଷ୍ଟ୍ରପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ। ତାର ଏକ ଜ୍ଵଳନ୍ତ ଉଦାହରଣ ଦେଇଛନ୍ତି ଭୁବନେଶ୍ୱରରେ ଥିବା ଜଣେ ପୂର୍ବତନ ଉପ-ଜିଲ୍ଲାପାଳ।

ଜମି ବିକ୍ରୟ କରିବାର ପ୍ରଥମ ଅନୁମତି ପାଇବା ପରେ, ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ଓ ଅନ୍ୟ ଏକ ପୁଅର ମୃତ୍ୟୁ ହୋଇଥିଲା। ସେ କିଛି ଋଣ ତୁଟାଇବା ପାଇଁ ଜମି ବିକ୍ରୟ କରିବାକୁ ଚାହୁଁଥିଲେ । ମୁଁ ତାଙ୍କୁ କହିଲି, ଜମିର ଅଣ କାରବାର ବିଷୟରେ ଆଗାମୀ ଦିନରେ ଆଫିଡେଭିଟ୍ ପ୍ରଦାନ କର ଏବଂ ସେ ମଧ୍ୟ ଦାଖଲ କଲେ। ସେହିଦିନ ଅନୁମତି ମଧ୍ୟ ଦିଆଯାଇଥିଲା ସେ ଆଉ କେହି ନୁହେଁ ଦ୍ରୌପଦୀ ମୁର୍ମୁ ଥିଲେ।
ସେ କହିଛନ୍ତି ଯେ ଜଣେ ପୂର୍ବତନ ମନ୍ତ୍ରୀ ହୋଇ ବି ତାଙ୍କ କାର୍ଯ୍ୟ ପାଇଁ ସାଧାରଣ ନାଗରିକ ପରି କାର୍ଯ୍ୟାଳୟକୁ ଆସିଥିଲେ। ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ। ଏହି ପୂର୍ବତନ ଉପ-ଜିଲ୍ଲାପାଳ ହେଉଛନ୍ତି ଶିଶିରକାନ୍ତ ପଣ୍ଡା। ବର୍ତ୍ତମାନ ସେ କଳିଙ୍ଗ ବିହାର ସ୍ଥିତ ଏମଆଇଜି କଲୋନୀରେ ରହୁଛନ୍ତି ।












Click it and Unblock the Notifications