ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି: ନବୀନ

ଆଜି ବିଜେଡି଼ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ି ସୁପ୍ରିମୋ ।

ପଦ୍ମପୁର: ଆଜି ବିଜେଡି଼ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ି ସୁପ୍ରିମୋ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦ୍ମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି ।

Padmapur Bypoll

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି।କେନ୍ଦୁପତ୍ର ତୋଳାଳିଙ୍କ ହକ୍ ଓ ଚାଷୀଙ୍କ ଉନ୍ନତି ପାଇଁ ମୁଁ କାମ କରୁଛି। ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି। ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ। ଆପଣମାନଙ୍କର ସବୁ ସ୍ବପ୍ନ ସାକାର ହେବ। ମା'ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ।

କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି ସରକାର ସବୁବେଳେ ଆପଣଙ୍କ ମଙ୍ଗଳପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ଓ ୧୫୦୦ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର, ପିଲାଙ୍କ ପାଠପଢାରେ ବିଜେଡି ସରକାର ସୁବିଧା ଯୋଗଇ ଦେଇଛି ଆଗକୁ ଆହୁରୀ ଅଧିକ ଦେବ ।

ତେବେ ଝାରବନ୍ଧରୁ କାର୍ଯ୍ୟକ୍ରମ ସାରି ପାଇକମାଳ ଏମ୍‌ଇସ୍କୁଲ ପଡ଼ିଆ ହେଲିପ୍ୟାଡରେ ପହଁଚଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ଜନସଭାକୁ ସମ୍ବୋଧିତ କରି ପରେ ପଦ୍ମପୁରସ୍ଥିତ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପ ପରିସରସ୍ଥ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସାଢ଼େ ୩ଟାରେ ପଦ୍ମପୁରଠାରେ ନିର୍ବାଚନୀ ସଭାରେ ‌ଯୋଗଦେଇ ସେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ବିମାନରେ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଏବଂ ଭିଆଇପିଙ୍କ ସୁରକ୍ଷା ସହିତ ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବା ପାଇଁ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+