ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନଥିଲି: ନରସିଂହ ମିଶ୍ର
ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି, 'ନବ ଦାସ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ଧନ୍ୟବାଦ, କିନ୍ତୁ ଦୁଃଖର ବିଷୟ ଏଥିରେ ନୂଆ ତଥ୍ୟ ସେ କିଛି ଦେଇନାହାନ୍ତି।
ତେବେ ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସଂପୃକ୍ତି ଥାଇପାରେ ବୋଲି ଅଭିଯୋଗ ଆଣିବା ସହ ଏହାର ତଦନ୍ତର ତଦାରଖ ପାଇଁ ହାଇକୋର୍ଟ ଜଜଙ୍କ ଦ୍ୱାରା ଏସଆଇଟି ଗଠନ କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ଯେ, ନବ ଦାସଙ୍କ ପରିବାର ଏହି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିବା ସହିତ ମୁଁ ମଧ୍ୟ କହୁଛି ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। କାରଣ ଜଣେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୋଲିସ କିଭଳି ଭାବେ ନବଙ୍କ ପାଖକୁ ସହଜରେ ଆସିପାରିଲା ? ଏହାକୁ ଆଇଆଇସି କେମିତି ଜାଣି ପାରିଲେ ନାହିଁ, ଯଦି ବି ଜାଣି ପାରିଲେ, କାହିଁକି ଅଟକାଇଲେ ନାହିଁ। କ୍ରାଇମବ୍ରାଞ୍ଚ ଏଦିଗରେ ଉଚିତ ତଦନ୍ତ କରୁନାହିଁ ।
ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନଥିଲି। ତେଣୁ ଶୀଘ୍ର ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ସିଟ୍ ( ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍) ତଦନ୍ତ ଦାବି କରୁଛି । ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଚାର ବିଭାଗ ଉପରେ ଭରସା ନାହିଁ। ଯଦି ବିଚାର ବିଭାଗ ଉପରେ ଭରସା ନାହିଁ ତେବେ କାହା ଉପରେ ଅଛି?ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱର, ଚିନ୍ତାଧାରା ବଦଳାନ୍ତୁ, କଂଗ୍ରେସ ଦାବି ମାନନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।
ଉଲ୍ଲେଖଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କରିଛନ୍ତି । ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିରୋଧୀଙ୍କ ଉପରେ ବର୍ଷିଥିଲେ।












Click it and Unblock the Notifications