ନିଜ ସ୍ବାସ୍ଥ୍ୟ ଗୁଜବକୁ ହସି ଉଡେଇ ଦେଲେ ମୁଖ୍ୟମନ୍ତ୍ରୀ: କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଓ ଖୁସି ଅଛି
"ଯେବେ ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ । ମୁଁ ଖୁସି ଓ ସୁସ୍ଥ ଅଛି । ଏବେ ନିର୍ବାଚନ ଚାଲିଛି ତେଣୁ ସେ ବିଷୟରେ କିଛି କହିହେବନି । "
ଭୁବନେଶ୍ୱର: "ଯେବେ ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ । ମୁଁ ଖୁସି ଓ ସୁସ୍ଥ ଅଛି । ଏବେ ନିର୍ବାଚନ ଚାଲିଛି ତେଣୁ ସେ ବିଷୟରେ କିଛି କହିହେବନି । " ଏମିତି କିଛି ଢଙ୍ଗରେ ବିରୋଧିଙ୍କୁ ମୁହଁତୋଡ ଜବାବ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସି ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏମିତି ଉତ୍ତର ରଖିଛନ୍ତି ନବୀନ ।

ତେବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେ ସେବାୟତମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ପରେ ସାମ୍ବାଦିକଙ୍କ ପ୍ରଶ୍ନର ହସିକି ଉତ୍ତର ଦେଇ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଆହୁରି କହିଛନ୍ତି ମୁଁ ସୁସ୍ଥ ଅଛି, ଓଡ଼ିଶାବାସୀଙ୍କ ସେବା କରୁଛି । ଆମେମାନେ ମନେ ରଖିବା ଉଚିତ୍ ଯେ ଏବେ ମଧ୍ୟ କୋଭିଡ ରହିଛି ଏବଂ ଆମକୁ କୋଭିଡ ସତର୍କତା ଅବଲମ୍ୱନ କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଏବଂ ଏକାମ୍ର ପ୍ରକଳ୍ପର ସମୀକ୍ଷା ପରେ ସେ ଏହା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ସୃଷ୍ଟି ହୋଇଥିଲା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନିଜେ ଖଣ୍ଡନ କରିଛନ୍ତି ।












Click it and Unblock the Notifications