ସୋମାଲିକାଙ୍କୁ ବାହା ହେବା ପାଇଁ ମୁଁ ରାଜି: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ

ଥାନାରେ ପ୍ରେମିକା ସୋମାଲିକା ଦାଶଙ୍କ ଏତଲା ପରେ ମୁହଁ ଖୋଲିଲେ ବିଧାୟକ । ବିଜୟଶଙ୍କର କହିଛନ୍ତି ଯେ, ସୋମାଲିକାଙ୍କୁ ବିବାହ କରିବାକୁ ସେ ରାଜି ଅଛନ୍ତି । ଆଉ ଏନେଇ ସେ ପୂର୍ବରୁ ସମସ୍ତଙ୍କ ସାମ୍ନାରେ କହି ସାରିଛନ୍ତି ।

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ବିବାହ ପ୍ରସଙ୍ଗରେ ଆସିଛି ନୂଆ ମୋଡ । ଥାନାରେ ପ୍ରେମିକା ସୋମାଲିକା ଦାଶଙ୍କ ଏତଲା ପରେ ମୁହଁ ଖୋଲିଲେ ବିଧାୟକ । ବିଜୟଶଙ୍କର କହିଛନ୍ତି ଯେ, ସୋମାଲିକାଙ୍କୁ ବିବାହ କରିବାକୁ ସେ ରାଜି ଅଛନ୍ତି । ଆଉ ଏନେଇ ସେ ପୂର୍ବରୁ ସମସ୍ତଙ୍କ ସାମ୍ନାରେ କହି ସାରିଛନ୍ତି ।

Bijaya Shankar Das

ବିଧାୟକ ଆହୁରି କହିଛନ୍ତି, "ସେ ଏତଲା ଦେବାର ଶେଷ ରାତିରେ ମୁଁ କଥା ହୋଇଥିଲି । ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମନା କରି ନାହିଁ । ମାଆର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି । କଣ ପାଇଁ ଜଲ୍‌ଦି ବାହା ହେବାକୁ ସୋମାଲିକା ବାଧ୍ୟ କରୁଛନ୍ତି ଜାଣିପାରୁନି ।" ତେବେ ବାହାଘର ପାଇଁ ମନା କରିବା କଥା ଓ ସେକ୍ସ ରାକେଟ ଚଳାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଜୟଶଙ୍କର ।

ଉଲ୍ଲେଖଥାଉ କି, ଗତ ମେ' ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ରେ ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।

ମାତ୍ର ଜୁନ ୧୭ରେ ବିଜୟଶଙ୍କର ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି।

ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+