ଉତ୍ତର ପ୍ରଦେଶ ନିର୍ବାଚନ: ସମସ୍ତ ପ୍ରତିକୂଳ ପରିସ୍ଥିତିକୁ କିପରି ମୁକାବିଲା କଲା ବିଜେପି

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ଅକ୍ତିଆର କରୁଥିବା ଅନେକଙ୍କୁ ବିସ୍ମିତ କରିଛି। ଦରବୃଦ୍ଧି, ଚାଷୀ ଆନ୍ଦୋଳନ, ନିର୍ବାଚନ ଦ୍ଵାରଦେଶରେ ଲଖିମପୁର ଖେରୀ ଚାଷୀ ମୃତ୍ୟୁ ଘଟଣା ହେଉ ଅଥବା କରୋନା ମହାମାରୀ ଯୋଗୁ ଆର୍ଥିକ ସମସ୍ଯାରେ ପଡିଥିବା ଲୋକଙ୍କ ଦୁର୍ଦ୍ଦଶା ହେଉ, ଏହାର ସିଧା ପ୍ରଭାବ ସରକାରରେ ଥିବା ବିଜେପି ଉପରେ ପଡିବ ବୋଲି ଆକଳନ କରାଯାଉଥିଲା। ଅଖିଲେଶ ଯାଦବଙ୍କ ନିର୍ବାଚନୀ ସଭାରେ ଲୋକଙ୍କ ଅସାଧାରଣ ଭିଡ ବିଜେପି ବିରୋଧରେ ହାୱା ହୋଇପାରେ ବୋଲି ଅନୁମାନ କରାଯାଉଥିଲା। ତେବେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ବେ କିପରି ଲୋକଙ୍କ ଆସ୍ଥା ବିଜେପି ସହ ରହିଲା ତାହା କେବଳ ଉତ୍ତର ପ୍ରଦେଶର ସାଧାରଣ ଲୋକଙ୍କ ମନସ୍ତତ୍ଵକୁ ବୁଝିବା ପରେ ସହଜ ହେବ।

BJP UP

ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଜନ ଅସନ୍ତୋଷ ବିଷୟରେ ବିଭିନ୍ନ ପ୍ରାଥମିକ ସର୍ଭେରେ ପ୍ରକାଶ ପାଇଥିଲା। ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା କଷ୍ଟକୁ କିମ୍ବା କୋଭିଡ୍ -19 ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ସେମାନେ କଷ୍ଟକୁ ଭୋଟ ମାଧ୍ୟମରେ ବ୍ୟକ୍ତ କରିବେ ବୋଲି ଆକଳନ କରାଯାଉଥିଲା । ଏପରିକି ପଶ୍ଚିମ ୟୁପିରେ କୃଷକଙ୍କ ଆନ୍ଦୋଳନର ଶକ୍ତି ବିଜେପିକୁ ଆଶଙ୍କା ମଧ୍ୟକୁ ଠେଲିଥିଲା । ତଥାପି, ରାଜ୍ୟରେ ଆଣ୍ଟି-ଇନକମ୍ବୁନ୍ସି ମନୋଭାବ ପରିଲକ୍ଷିତ ହେଲା ନାହିଁ । ଏହାର କାରଣ ହେଉଛି ବିଜେପି ନିଜ ରାଜ୍ୟର ସଫଳତା ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକରି ଯୋଜନା ବିଷୟରେ ଲୋକଙ୍କ ମନକୁ ବୁଝାଇ ପାରିଲା।
କରୋନା ମହାମାରୀ ଯୋଗୁ ସରକାର ନିଜେ କିପରି ଅସୁବିଧାରେ ପଡିଛନ୍ତି, ଏବଂ ସରକାର ସବୁ ବାଧା ବିଘ୍ନ ସହିତ ଏହାର ମୁକାବିଲା କରିଛନ୍ତି ସେନେଇ ମଧ୍ୟ ଲୋକଙ୍କୁ ସକାରାତ୍ମକ ଭାବରେ ବୁଝାଇପାରିଲା ବିଜେପି।

ସମାଜବାଦୀ ତରଂଗ ନେଇ ଭ୍ରମାତ୍ମକ ଚିତ୍ର:

ରାଜ୍ୟରେ କିଛି ମାସ ଧରି ବିଭିନ୍ନ ଗଣମାଧ୍ୟମରେ ଅଖିଲେଶଙ୍କୁ ନେଇ ଭ୍ରମ ସୃଷ୍ଟି କରଯାଇଥିଲା ଭୋଟରଙ୍କ ମଧ୍ୟରେ। ବିଶାଳ ରାଜନୈତିକ ରାଲି ଏହି ଭ୍ରମକୁ ଅଧିକ ଦୃଢ ରୂପ ଦେଇଥିଲା। ତେବେ ଯାଦବ ଏବଂ ମୁସଲମାନଙ୍କ ବ୍ଯତୀତ ଅନ୍ୟ ଭୋଟରଙ୍କ ମଧ୍ୟରେ କିଛି ଖାସ ପ୍ରଭାବ ପଡିନଥିଲା ଏହି ପ୍ରଯୋଜିତ ତରଂଗ। ସମାଜବାଦୀ ପାର୍ଟି ପାଇଁ ଶୁଭଂକର ହେଲାଯେ, ଦଳର ପ୍ରଦର୍ଶନ ଚଳିତ ନିର୍ବାଚନରେ ଅପେକ୍ଷାକୃତ ଭଲ ହୋଇଛି। ମାତ୍ର 47 ଆସନ ପାଇଥିବା ଦଳ ଏବେ ତିନି ଅଙ୍କ ଛୁଇଁଛି ରାଜ୍ୟରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+