ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ: 5T କେମିତି CMO ହେଲେ ? ପ୍ରଶ୍ନ ଉଠାଇଲେ ଜୟନାରାୟଣ
ବିଧାନସଭା ଶୂନ୍ୟକାଳରେ ମୁହାଁମୁହିଁ ହେଲେ ବିଜେପି-ବିଜେଡି । 5T କେମିତି CMO ହେଲେ ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ଶୂନ୍ୟକାଳରେ ଚାଉଳ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କଲା ବିଜେଡି ।

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ମୁହାଁମୁହିଁ ହେଲେ ବିଜେପି-ବିଜେଡି । 5T କେମିତି CMO ହେଲେ ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ଶୂନ୍ୟକାଳରେ ଚାଉଳ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କଲା ବିଜେଡି ।
5T କହିଲେ ସେମାନେ କୋଉ ଦିଗକୁ ନେଇ ଯାଉଛନ୍ତି । ମୁଁ ଜାଣି ପାରୁନି 5T ର ସବୁ ଜାଗାରେ ଆବଶ୍ୟକତା କଣ ? ଜଣେ କହିଲେ 5-T ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ । 5T ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ଯଦି ସେ ଜଣେ ସଚିବ ମୁଖ୍ୟମନ୍ତ୍ରୀଙ୍କ, ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି । କିନ୍ତୁ ସିଏମଓ କେମିତି ହେବେ ? ଆଜି ବିଧାନସଭାରେ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ସେହିଭଳି ନବରଙ୍ଗପୁରରେ ଶାସକ ଦଳର ବିଧାୟକ କହିଲେ ସେ କ୍ରୀତଦାସ। ଉକ୍ତ ସ୍ଥାନରେ ସେ ଦ୍ୱାରପାଳ ହୋଇଥିଲେ। ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି। ତାଙ୍କ ବାପା ସ୍ୱାଭିମାନର ପ୍ରତୀକ ଥିଲେ। ସେ ଯେଉଁଭଳି ନିଜକୁ କ୍ରୀତଦାସ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ। ବିରୋଧୀ ଦଳ କାହାର କ୍ରୀତଦାସ ନୁହେଁ, ଆମେ ଲୋକଙ୍କର ପ୍ରତିନିଧି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
ସେପଟେ ବିଜେଡି ଶୂନ୍ୟକାଳରେ ଚାଉଳ ପ୍ରସଙ୍ଗ ଉଠାଇଛି । ଦଳ କହିଛି, କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟ୍ରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ୍ ଟନ୍ ବଳକା ରହୁଥିଲା । ଉଷନା ଚାଉଳ ନେଉନାହାନ୍ତି । ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।












Click it and Unblock the Notifications