କଂଗ୍ରସକୁ ଘାରିଲା ଘୋଡାବେପାର ଭୟ: ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ ନିର୍ଦ୍ଦେଶ
Karnataka Election Result 2023 : ମେ' 10ରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆଜି ସକାଳ 8ଟାରୁ ଜାରି ରହିଛି । ଖୁବ ଶୀଘ୍ର ଫଳାଫଳ ଘୋଷଣା ହେବା ସହ କର୍ଣ୍ଣାଟକକୁ ମିଳିବା ପାଇଁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ସକାଳ 10ଟା ସୁଦ୍ଧା ଭୋଟ ଗଣତିରେ 110ଟି ଆସନରେ କଂଗ୍ରେସ, 74ଟିରେ ବିଜେପି, 25 ଟିରେ ଜେଡି ଏବଂ ଅନ୍ୟ ଦଳ 5ଟି ସିଟରେ ଆଗରେ ରହିଛି ।
କଂଗ୍ରେସ 43ପ୍ରତିଶତ ଭୋଟ୍, ବିଜେପି 36.3 ପ୍ରତିଶତ ଏବଂ ଜେଡିଏସ୍ 12.7 ପ୍ରତିଶତ ଭୋଟ୍ ପାଇଛି । ଏହି ଧାରା ଦେଖି କଂଗ୍ରେସ ତାହାର ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜୟ ପାଇଁ କଂଗ୍ରେସ ଭାରତ ଯୋଡା ଯାତ୍ରାକୁ ଶ୍ରେୟ ଦେଇଛି। ଖାସ କଥା ହେଇଛି ଯେ, ଆସନ୍ତାକାଲି ବିଧାନସଭା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ଯାଉଛି ।

ଏହି ନିର୍ବାଚନରେ କଂଗ୍ରେସର ବହୁ ବଡ ବଡ ନେତାଙ୍କର ପଲିଟିକାଲ କ୍ୟାରିୟର ବିପଦରେ ପଡିପାରେ । ପ୍ରମୁଖ ଚେହେରାମାନଙ୍କ ମଧ୍ୟରେ କଂଗ୍ରେସର ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କ ନାଁ ସାମିଲ ଅଛି । ଯଦି ତାଙ୍କ ଦଳ ନିର୍ବାଚନରେ ବିଜୟ ଲାଭ କରୁଛି, ମୁଖ୍ୟମନ୍ତ୍ରୀ ପଦରେ ବସିପାରନ୍ତି ଏହି ଦୁଇ ନେତା ।
ମେ 10ରେ 224ଟି ଆସନ ପାଇଁ ମତଦାନ ହୋଇଥିଲା । ଯେଉଁଥିରେ 2,615 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଥିଲା । ପ୍ରାୟ 5.13 କୋଟି ଭୋଟର ଭୋଟ୍ ଦେଇଥିଲେ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ କର୍ଣ୍ଣାଟକରେ 73.19 ପ୍ରତିଶତ ମତଦାନ ହୋଇଛି । 1957 ପରଠାରୁ ରାଜ୍ୟ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏତେ ରେକର୍ଡ ମତଦାନ ହୋଇଛି ।












Click it and Unblock the Notifications