ଓଡିଶା ଆସିବେ ଶାହ-ନଡ୍ଡା, ବିଜେପିର ଜନସମ୍ପର୍କ ଅଭିଯାନରେ ହେବେ ସାମିଲ
ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା । ଜୁନ୍ ୧୭ରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହା ।

ସେହିପରି ୨୨ ତାରିଖରେ ଆସିବେ ବିଜେପି ସଭାପତି ଜେପି ନଡ୍ଡା । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁଇ ଦଳର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସିବେ । ଏନେଇ ଆଜି ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଉଲ୍ଲେଖଥାଉ କି, ମୋଦି ସରକାରକୁ ପୁରିଛି 9 ବର୍ଷ । 9 ବର୍ଷ ମଧ୍ୟରେ ସରକାରଙ୍କ ସଫଳତାର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ । ଦଳ ଘର ଘର ବୁଲି ଲୋକଙ୍କ ପାଖରେ ଯାଇ 9 ବର୍ଷରେ ମୋଦି ସରକାରର ସଫଳତା ବଖାଣିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଏହି ଅଭିଯାନରେ ଦେଶରେ 5 ଟି ବିଶାଳ ରାଲି, 500 ଜନସଭା, 600 ପ୍ରେସ୍ କନଫରେନ୍ସ କରାଯିବ । ଏଥିରେ 500 ଲୋକସଭା କ୍ଷେତ୍ର ଓ 4 ହଜାର ବିଧାନସଭା କ୍ଷେତ୍ରକୁ କଭର କରିବ । ଗୋଟିଏ ମାସ ଧରି ଚାଲିବାକୁ ଥିବା ମହା ଜନସମ୍ପର୍କ ଅଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଆସନ୍ତା ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ମହା ଜନସମ୍ପର୍କ ଅଭିଯାନ ଜରିଆରେ ଓଡ଼ିଶା ବିଜେପି 37 ହଜାର 606 ବୁଥରେ ପହଞ୍ଚିବାର ଲକ୍ଷ୍ୟ ରଖିଛି । 9 ବର୍ଷର ସଫଳତା ବିଷୟରେ ଜଣାଇବା ପାଇଁ ଲିଫଲେଟ୍ ବାଣ୍ଟି ଲୋକଙ୍କ ସହ ଆଲୋଚନା କରିବେ ପ୍ରାୟ 4 ଲକ୍ଷ କାର୍ଯ୍ୟକର୍ତ୍ତା । 51 ମହାସମାବେଶ ମଧ୍ୟରୁ ଓଡ଼ିଶାରେ ହେବ 4 ମହାସମାବେଶ ।












Click it and Unblock the Notifications