Get Updates
Get notified of breaking news, exclusive insights, and must-see stories!

କଂଗ୍ରେସର ଶୋଚନୀୟ ପରାଜୟ: ନେତୃତ୍ଵ ପରିବର୍ତ୍ତନ ପାଇଁ ପୁଣି ଉଠିପାରେ ସ୍ଵର

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶରେ କଂଗ୍ରେସର ପରାଜୟ, ପଞ୍ଜାବରେ କ୍ଷମତା ଚାଲିଯିବା ସହିତ ବିପର୍ଯ୍ୟୟ ଏବଂ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପଛରେ ପଡିଯିବା ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି। କେବଳ ଦଳ ବାହାରେ ନୁହେଁ, ଅଧିକନ୍ତୁ, ଦଳର କେତେକ ପୁରୁଖା ନେତା ଉଠାଇଛନ୍ତି ପ୍ରଶ୍ନ। ଶତାବ୍ଦୀ ପୁରୁଣା ଏହି ଦଳ ଗୋଟିଏ ପରେ ଗୋଟେ ରାଜ୍ୟ ହାତଛଡା କରିବାରେ ଲାଗିଛି। ଏହାକୁ ନେଇ ଦଳର ତଥା କଥିତ ଜି-23 ନେତାମାନେ ପୁଣିଥରେ ପରୋକ୍ଷରେ ଇଙ୍ଗିତ କରିଛନ୍ତି ଗାନ୍ଧୀ ପରିବାରର ନେତୃତ୍ଵ ଆଡକୁ।

Sonia Gandhi Congress

ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶାସନ ଏବେ କେବଳ ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ ସୀମିତ ରହିଯାଇଛି। ମଇ ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି କେନ୍ଦ୍ରରେ ସରକାର ଗଠନ କଲା, ସେତେବେଳେ 9ଟି ରାଜ୍ୟରେ କଂଗ୍ରେସର ଶାସନ ଥିଲା। ଅନ୍ୟପକ୍ଷେ ଦଳ ୨୦୧୪ ପରଠାରୁ ୪୫ ଟି ନିର୍ବାଚନ ମଧ୍ୟରୁ କେବଳ ପାଞ୍ଚଟିରେ ଜିତିବାରେ ସକ୍ଷମ ହୋଇଛି। ଏହି ଫଳାଫଳ କଂଗ୍ରେସର ବିଶ୍ୱସନୀୟତା ଏବଂ ନେତୃତ୍ୱ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛି | ଏହି ପ୍ରଶ୍ନଗୁଡିକ ବାହାରୁ ନୁହେଁ ବରଂ ପାର୍ଟି ଭିତରୁ ଉଠୁଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଥିଲେ ଯେ ଦଳର ଆଗାମୀ ଯୋଜନା ଉପରେ ଆଲୋଚନା କରିବା ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଡକାଯିବ । ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟକୁ ଦେଖି କିଛି ଯୁବ ନେତା କହିଛନ୍ତି ଯେ ପୁରୁଣା ଏବଂ ଥକି ଯାଇଥିବା ନେତାମାନେ ନୂଆ ତଥା ଯୁବ ନେତାଙ୍କୁ ରାସ୍ତା ଛାଡ଼ିଦେବା ଉଚିତ। କଂଗ୍ରେସର ପରାଜୟ ସମ୍ପର୍କରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ମୁଁ ସ୍ତବ୍ଧ। ଦଳର ପରାଜୟ ଦେଖି ମୋର ଆତ୍ମା କାନ୍ଦୁଛି ‌। ଆମେ ଆମର ପୁରା ଜୀବନ ପାର୍ଟି ପାଇଁ ଉତ୍ସର୍ଗ କରିଦେଇଥିଲୁ ।

ଅନ୍ୟପଟେ ବରିଷ୍ଠ ନେତା ଶଶି ଥରୁର ମଧ୍ୟ ଦଳୀୟ ନେତୃତ୍ୱରେ ସୁଧାର ଆଣିବାକୁ ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଯାହାର କଂଗ୍ରେସ ଉପରେ ଭରସା ଅଛି, ସେ ନିର୍ବାଚନ ଫଳାଫଳକୁ ନେଇ ଦୁଃଖିତ । ଭାରତର ସେହି ବିଚାରଧାରାକୁ ସୁଦୃଢ଼ କରିବାର ସମୟ ଆସିଛି ଯେଉଁଥି ପାଇଁ କଂଗ୍ରେସ ଛିଡା ହୋଇଛି ଏବଂ ଦେଶକୁ ଏକ ସକାରାତ୍ମକ ଏଜେଣ୍ଡା ଦେଊଛି। ଏହି ଐତିହାସିକ ପରାଜୟ ପରେ ଦଳ ପକ୍ଷରୁ ସାଙ୍ଗଠନିକ ସ୍ତରରେ କେଉଁ ଭଳି ପଦକ୍ଷେପ ନିଆଯିବ ଦେଖିବାକୁ ରହିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+