କଂଗ୍ରେସକୁ 'ଅପରେଶନ ଲୋଟସ୍'ର ଭୟ, ହିମାଚଳ ଗସ୍ତରେ ଭୂପେଶ ବଘେଲ
କଂଗ୍ରେସକୁ 'ଅପରେଶନ ଲୋଟସ୍'ର ଭୟ, ହିମାଚଳ ଗସ୍ତରେ ଭୂପେଶ ବଘେଲ
ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି । ହେଲେ ପ୍ରକାଶ ପାଇଥିବା ଟ୍ରେଣ୍ଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ନମ୍ବରରେ ରହିଛି । ହେଲେ ଏବେ କଂଗ୍ରେସକୁ ଲାଗି ରହିଛି 'ଅପରେଶନ ଲୋଟସ୍'ର ଭୟ । ପୂର୍ବରୁ ଅନେକ ଥର ଯଥା ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଘୋଡା ବେପାର କରି କଂଗ୍ରେସର ବିଜୟୀ ବିଧାୟକଙ୍କୁ କଣିନେଇଥିଲା ବିଜେପି । ଏବେ ସେହି ଭୟରେ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ଚଣ୍ତିଗଡ଼ ନେଇ ଯିବା ପାଇଁ ଚିନ୍ତା କରିଛି । ସୂଚନାନୁସାରେ, କଂଗ୍ରେସର ବିଜୟୀ ବିଧାୟକଙ୍କୁ ପଞ୍ଜାବର ମୋହାଲିର ରାଡିସନ୍ ହୋଟେଲରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ , କଂଗ୍ରେସର ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଳା ଏବଂ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଶିମଲା ଗସ୍ତରେ ।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ଦଳର ବିଧାୟକମାନେ ବିପଦରେ ଅଛନ୍ତି । ବିଜେପି ବିଜୟୀ ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରେ ଏବଂ ପରିସ୍ଥିତି ଆହୁରି ଖରାପ ହୋଇପାରେ, ତେଣୁ ମୁଁ ଆଜି ହିମାଚଳ ପ୍ରଦେଶ ଯାଉଛି । ରାୟପୁର ହେଲିପ୍ୟାଡରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ଗଣନା ଶେଷ ପର୍ଯ୍ୟନ୍ତ କରାଯିବା ଉଚିତ । ଆମର ଆଶା ଥିଲା ଯେ ହିମାଚଳ ପ୍ରଦେଶରେ ଆମ ସରକାର ଗଠନ ହେବ ।












Click it and Unblock the Notifications