ହିମାଚଳ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
ଘୋଷଣା ହେଲା ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ। ଏଥର ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ।
ନୂଆଦିଲ୍ଲୀ: ଘୋଷଣା ହେଲା ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ। ଏଥର ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର 12 ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର 8 ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିଛି ।

ନିର୍ବାଚନ ତାରିଖ ଘୋଷଣା ସହ ଏହାର ପୂରା ତାଲିକା ମଧ୍ୟ ପ୍ରକାଶ ପାଇଛି। ପ୍ରକାଶିତ ତାଲିକା ଅନୁସାରେ ଗେଜେଟ୍ ନୋଟିଫିକେସନ୍ ତାରିଖ 17 ଅକ୍ଟୋବର ରହିଥିବା ବେଳେ 25 ଅକ୍ଟୋବର ନାମାଙ୍କନ ପତ୍ର ଦାଖଲ କରିବର ଶେଷ ତାରିଖ ରହିଛି। ଡିସେମ୍ବର 8 ତାରିଖରେ ଭୋଟ ଗଣତି ସରିବା ପରେ 10 ତାରିଖରେ ନିର୍ବାଚନ ପ୍ରକିୟା ଶେଷ ହେବ ବୋଲି ନିର୍ବାଚନ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଅନୁସାରେ, ହିମାଚଳ ପ୍ରଦେଶର 68ଟି ଆସନ ରହିଛି। ବର୍ତ୍ତମାନ ବିଜେପିର ମେଣ୍ଟ ସରକାର ରହିଛି। ଚଳିତ ବର୍ଷ ରାଜ୍ୟରେ ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।












Click it and Unblock the Notifications