ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କି ସୁଖବିନ୍ଦର ସିଂହ ସୁଖୁ! ଜାଣନ୍ତୁ କ'ଣ କହିଲେ କହିଲେ ସୁଖୁ

Himachal Political Crisis: ମୁଖ୍ୟମନ୍ତ୍ରୀ ପଦରୁ ହିମାଚଳ ପ୍ରଦେଶ ସିଏମ୍ ସୁଖବିନ୍ଦର ସିଂହ ସୁଖୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଘୋଷଣା କରାଯାଇି ନାହିଁ । ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂହ ସୁଖଙ୍କ ସ୍ଥାନରେ ମୁକେଶ ଅଗ୍ନିହୋତ୍ରୀ ସିଏମ ହେବେ ଏବଂ ବିକ୍ରମଦିତ୍ୟ ସିଂଙ୍କୁ ଡେପୁଟି ସିଏମ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି । ପର୍ଯ୍ୟବେକ୍ଷକଙ୍କ ବୈଠକ ଏବଂ ଦିଲ୍ଲୀର ନେତୃତ୍ୱଙ୍କୁ ସୂଚନା ଦେବା ପରେ ସନ୍ଧ୍ୟା ସୁଦ୍ଧା ଏହି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ଏହି ଚର୍ଚ୍ଚା ମଧ୍ୟରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ନରେଶ ଚୌହାନଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏହି ପଦରୁ ଇସ୍ତଫା ଦେଇନାହାଁନ୍ତି। ଏହା କେବଳ ଏକ ଗୁଜବ ।

 Sukhvinder Sigh Sukhu

ସେହିପରି ବିରୋଧୀ ଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମନ୍ତ୍ରୀ ବିକ୍ରମଦିତ୍ୟ ସିଂଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ସେ ତାଙ୍କ ପିତାଙ୍କ ପାଇଁ ଦେଇଥିବା ଭାବନାକୁ ମଧ୍ୟ ସମ୍ମାନ କରନ୍ତି । ବିରୋଧୀ ଦଳ ଅପେକ୍ଷା ବିକ୍ରମଦିତ୍ୟ ସିଂହଙ୍କ ପ୍ରତି ଅଧିକ ଅନ୍ୟାୟ କରାଯାଇଛି ବୋଲି ସେ କହିଛନ୍ତି।

ମୁଁ CM ପଦରୁ ଇସ୍ତଫା ଦେଇ ନାହିଁ:ସୁଖବିନ୍ଦର ସିଂହ ସୁଖୁ

ସେହିପରି ଇସ୍ତଫାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି ଯେ, ସେ ଇସ୍ତଫା ଦେଇନାହାଁନ୍ତି। ରାଜ୍ୟରେ କଂଗ୍ରେସ ସରକାର ୫ ବର୍ଷ ପର୍ଯ୍ୟନ୍ତ ଚାଲିବେ। ଆମର ସଂଖ୍ୟାଗରିଷ୍ଠତା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁର କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ସରକାରରେ ରହିବାହ ଅଧିକାର ଆଉ କଂଗ୍ରେସ ପାଖରେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+