ଟ୍ୱିଟରରେ ଟ୍ରେଣ୍ଡ କଲା #ଶଙ୍ଖ ମୋ ଗର୍ବ: ୨୪ ପାଇଁ ବିଜେଡ଼ିର ଆଗୁଆ ସଜବାଜ କି ?
ଆଜି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟଟରେ କିଛି ସମୟ ପର୍ଯ୍ୟନ୍ତ ଟ୍ରେଣ୍ଡ କରିଛି #ଶଙ୍ଖ ମୋ ଗର୍ବ । ରିପୋର୍ଟ ଲେଖାଯିବା ସୁଦ୍ଧା ଟ୍ୱିଟର ଟ୍ରେଣ୍ଡିଂରେ ଏହା ଏକ ନମ୍ବର ସ୍ଥାନରେ ଥିବାବେଳେ, ମୋଟ ସାଢେ ୩ ହଜାରରୁ ଅଧିକ ଟୁଇଟ୍ ହୋଇ ସାରିଛି ।

ଭୁବନେଶ୍ୱର: ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଛାଇ ଯାଇଛି ବିଜୁ ଜନତା ଦଳର ଗଦା ଗଦା ପୋଷ୍ଟର । ସେଥିରେ ଲେଖା ରହିଛି 'ଶଙ୍ଖ ମୋ ଗର୍ବ' । ଏଥି ସହିତ ଗତକାଲିଠାରୁ ମଧ୍ୟ ବିଜେଡିର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତା, କାର୍ଯ୍ୟକର୍ତା ଓ କର୍ମୀଙ୍କ ମୁହଁରେ 'ଶଙ୍ଖ ମୋ ଗର୍ବ' ଶୀର୍ଷକ ଏକ ଭିଡି଼ଓ ରେକର୍ଡ ହୋଇ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଉଛି ।
ଇତିମଧ୍ୟରେ ଆଜି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟଟରେ କିଛି ସମୟ ପର୍ଯ୍ୟନ୍ତ ଟ୍ରେଣ୍ଡ କରିଛି #ଶଙ୍ଖ ମୋ ଗର୍ବ । ରିପୋର୍ଟ ଲେଖାଯିବା ସୁଦ୍ଧା ଟ୍ୱିଟର ଟ୍ରେଣ୍ଡିଂରେ ଏହା ଏକ ନମ୍ବର ସ୍ଥାନରେ ଥିବାବେଳେ, ମୋଟ ସାଢେ ୩ ହଜାରରୁ ଅଧିକ ଟୁଇଟ୍ ହୋଇ ସାରିଛି । ଖାଲି ସେତିକି ନୁହେଁ, ଏହି ସ୍ଲୋଗାନକୁ ନେଇ ବିଜେଡି ଏକପ୍ରକାରର ବ୍ରାଣ୍ଡିଂ ମଧ୍ୟ ଆରମ୍ଭ କରିଛି ।

ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି, ପୂର୍ବରୁ 'ଘରେ ଘରେ ଶଙ୍ଖ', 'ନବୀନ ଆମ ପରିବାର, ଶଙ୍ଖ ଆମ ଚିହ୍ନ', 'ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ' ଆଦି ସ୍ଲୋଗାନ ପରି ବିଜେଡି ଏହି ନୂଆ ସ୍ଲୋଗାନ ଶଙ୍ଖ ମୋ ଗର୍ବ ସହ ଆଗାମୀ ସାଧାରଣ ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ସ୍ଲୋଗାନ ସହ ୨୦୨୪ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବ ବିଜେଡି଼ ।
#ଶଙ୍ଖ_ମୋ_ଗର୍ବ#ShankhaMoGarba pic.twitter.com/Xex76pgRbm
— Byomakesh Ray (@Byomakesh_Ray) March 16, 2023
କେବଳ ସେତିକି ନୁହେଁ ପୂର୍ବ ନିର୍ବାଚନ ସମୟରେ ବିଜେଡି ପକ୍ଷରୁ ଗୀତ ମାଧ୍ୟମରେ ମଧ୍ୟ ବାତାବରଣ ସୃଷ୍ଟି କରା ଯାଇଥିଲା। ହେ ନବୀନ ବାବୁ ଆମେ ତମ ଫ୍ୟାନ ବୋଲି ସଙ୍ଗୀତ ଦ୍ୱାରା ଏକ ବଡ଼ ମାହୋଲ ତିଆରି କରିବାରେ ଦଳ ସଫଳ ହୋଇଥିଲା। ସେହିପରି ପୂର୍ବ ନିର୍ବାଚନ ବେଳେ ଖୋଦ ନବୀନଙ୍କ ମୁହଁରେ ଶୋଭା ପାଇଥିବା ଆପଣ ମାନେ ଖୁସି ତ ବାକ୍ୟଟି ମଧ୍ୟ ଅତି ଅଧିକ ଚର୍ଚ୍ଚା ହୋଇଥିଲା ।

ତେବେ ମୋରଡା ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, "ନବୀନ ପଟ୍ଟନାୟକ ହେଉଛନ୍ତି ଆମର ନେତା ଏବଂ ବିଜୁ ଜନତା ଦଳର ଚିହ୍ନ ହେଉଛି ଶଙ୍ଖ ଚିହ୍ନ । ତେଣୁ ଶଙ୍ଖ ହେଉଛି ମୋର ଗର୍ବ । ଶଙ୍ଖ ଚିହ୍ନକୁ ଗାଁ ଗାଁରେ ଏବଂ ଘରେ ଘରେ ପହଞ୍ଚାଇବା ଆମର ଲକ୍ଷ୍ୟ । ସବୁ ଭୋଟର ଜାଣିବା ଦରକାର, ଶଙ୍ଖ ତାଙ୍କର ଚିହ୍ନ । ଆଗାମୀ ଦିନରେ ଶଙ୍ଖ ଚିହ୍ନ ହିଁ ନିର୍ବାଚନ ବୈତରଣୀ ପାର୍ ହେବ । ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଆମେ ଚେଷ୍ଟା କରୁଛୁ ।"
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications