ନୂଆ ରାଜନୈତିକ ଦଳ ଗଠନକୁ ନେଇ କଣ କହିଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାବ ନବୀ ଆଜାଦଙ୍କୁ ନେଇ ଆସିଛି ବଡ ଖବର। କଂଗ୍ରେସର ଏହି ଟାଣୁଆ ତଥା ପ୍ରଭାବଶାଳୀ ନେତା ଛାଡି ପାରନ୍ତି ଦଳ। ନୂଆ ଦଳ ଗଢ଼ିପାରନ୍ତି ନେତା ଗୁଲାମ ନବୀ ଆଜାଦ । ଏନେଇ ଗୁଲାବ ନବୀ ଖୁବଶୀଘ୍ର ଘୋଷଣା କରିବା ସମ୍ଭାବନା ରହିଛି। କଂଗ୍ରେସରୁ ୨୦ ଜଣ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ ଓ କାଶ୍ମୀରରେ ଗୁଲାମନବୀ ଆଜାଦ ଏକାଧିକ ବୈଠକ ଜାରି ରଖିଛନ୍ତି । ଏହାକୁ ନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା।

ତେବେ ଗୁଲାବ ନବୀଙ୍କୁ ନେଇ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଆଲୋଚନାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ଏହି ବରିଷ୍ଠ ନେତା। "ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଅମଳରୁ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଆସିଛି।" ସେହିପରି ସେ ରାଜନୀତି ଛାଡିବେ ନାହିଁ, ବରଂ ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ରହିବେ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ । ଦଳ ଛାଡିବା ମୋ ପାଇଁ ସମ୍ଭବପର ନୁହେଁ ବୋଲି ଗୁଲାବ ସ୍ପଷ୍ଟ କରିଛନ୍ତି। ତେବେ କିଛିଦିନ ଧରି କଂଗ୍ରେସ ନେତୃତ୍ଵକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଥିବା ଗୁଲାବଙ୍କ ନୂତନ ଆଭିମୁଖ୍ଯକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆସନ୍ତା ବର୍ଷ ଆରମ୍ଭରେ ୟୁପି ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବା ବେଳେ ଗୁଲାମ ନବୀଙ୍କ ଆଭିମୁଖ୍ଯ କଂଗ୍ରେସକୁ ଅଡୁଆରେ ପକାଇପାରେ।












Click it and Unblock the Notifications