କେଜ୍ରିୱାଲଙ୍କୁ ନେଇ ଟ୍ରେଣ୍ଡ୍ କରୁଛି 'ସୋଲେ' ଫିଲ୍ମର ସିନ୍

କେଜ୍ରିୱାଲଙ୍କୁ ନେଇ ଟ୍ରେଣ୍ଡ୍ କରୁଛି 'ସୋଲେ' ଫିଲ୍ମର ସିନ୍

ନୂଆଦିଲ୍ଲୀ: ଗୁଜରାଟରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବ ବୋଲି ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଛି, କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗ ମୋଦିଙ୍କୁ ସିକ୍ରେଟ୍‌ରେ ଏକ ରିପୋର୍ଟ ପ୍ରଦାନ କରିଛି, ଏହି ରିପୋର୍ଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ସୂଚନା ମିଳିଛି, ଏହିଭଳି କିଛି ରୋଚକ ତଥ୍ୟ ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ଦେଇଥିଲେ କେଜ୍ରିୱାଲ । ଏବେ ଗୁଜରାଟ ନିର୍ବାଚନରେ ବିଜେପି ପ୍ରଚଣ୍ଡ ବିଜୟ ପରେ ଏହି ଗୁଇନ୍ଦା ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । କିଛି ୟୁଜର ଏହି କପୋଳକଳ୍ପିତ ଘୋଷଣା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ କ୍ଷମା ମାଗିବାକୁ ଦାବି କରୁଥିବା ବେଳେ କିଛି ୟୁଜର ଏହାକୁ ନେଇ ସୁନ୍ଦର ସୁନ୍ଦର ମିମ୍ ବନାଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ୍ ।

Gujarat Election Result 2022


ସୋଲେ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ଜେଲ୍‌ରୁ ପଳାୟନ କରିବା ପାଇଁ ଜାଣିଶୁଣି ଜେଲରଙ୍କୁ ଫାଶରେ ପକାଇଥିଲେ। ଜେଲରଙ୍କୁ ସିକ୍ରେଟ୍ ଲିକ୍ କରିବା ଆଳରେ ଜାଣିଶୁଣି ଉଚ୍ଚ ପାଟିରେ ଜେଲ୍‌ରୁ ପଳାୟନ କରିବା ଷ୍ଟ୍ରାଟେଜି ବନାଉଥିଲେ ବିଗ୍ ବି ଏବଂ ହିମ୍ୟାନ୍ ଧର୍ମେନ୍ଦ୍ର । ୟୁଜରଙ୍କ ଯୁକ୍ତି ହେଲା, ଭୋଟରଙ୍କୁ ଜାଣିଶୁଣି ପ୍ରତାରିତ କରିଛନ୍ତି କେଜ୍ରିୱାଲ। ଏପରିକି ଭାରତର ଏକ ଆଗଧାଡିର ବୈଦୁତିକ ଗଣମାଧ୍ୟମ ଏହିଭଳି ଗୁଇନ୍ଦା ରିପୋର୍ଟ କଥା କହି ନିରୀହ ଭୋଟରଙ୍କୁ ପ୍ରଭାବିତ କରିଛନ୍ତି ବୋଲି ଦାବି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+