Gujarat Election Result 2022: ଜାମନଗର ଉତ୍ତର ଆସନରୁ ରିଭାବା ଜାଡ଼େଜା ବିଜୟୀ
Gujarat Election Result 2022:ଜାମନଗର ଉତ୍ତର ଆସନରୁ ରିଭାବା ଜାଡ଼େଜା ବିଜୟୀ ।
Gujarat Election Result 2022: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଜାଡେଜା ବିଜୟ । ଜାମନଗର ଉତ୍ତର ଆସନରୁ ସେ ଜିତିଛନ୍ତି । କିଛି ସମୟ ପୂର୍ବରୁ ସେ ତିନି ନମ୍ବରରେ ଥିଲେ, ପରବର୍ତ୍ତି ସମୟରେ ସେ ଲିଡ୍ କରିଥିଲେ । ଜାମନଗର ଉତ୍ତର ଆସନର ପ୍ରତିଯୋଗିତା ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏଠାରେ ନିର୍ବାଚନୀ ମୈଇଦାନରେ ମୁଁହାମୁହିଁ ହୋଇଛନ୍ତି ଭାଉଜ ଏବଂ ନଣନ୍ଦ । ଭାଉଜ ବିଜେପି ପ୍ରାର୍ଥୀ ହୋଇଥିଲା ବେଳେ ନଣନ୍ଦ କଂଗ୍ରେସ ନେତା । ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ମାତ୍ର ତିନି ବର୍ଷ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ କର୍ନି ସେନା ସହିତ ମଧ୍ୟ ଜଡିତ ଥିଲେ । ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ସ୍ୱାମୀ ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କୁ ସବୁବେଳେ ସମର୍ଥନ କରୁଥିବାର ଦେଖିବା ପାଇଁ ମିଳିଥିଲା । ନିର୍ବାଚନ ପ୍ରଚାରରେ ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ବହୁତ ସମର୍ଥନ କରିଥିଲେ।

ରିଭାବା ଜାଡେଜା କଂଗ୍ରେସର ବିପେନ୍ଦ୍ର ସିଂ ଜାଡେଜାଙ୍କ ଠାରୁ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସହିପରି ଆମ୍ ଆଦମୀ ପାର୍ଟୀ ଏହି ଆସନ ପାଇଁ କରସନ କରମୁରଙ୍କୁ ମନୋନୀତ କରିଛି । ବର୍ତ୍ତମାନା ଏହି ଆସନରେ ବିଜେପି ଏବଂ କଂଗ୍ରେସରେ କଡା ଟକ୍କର୍ ଚାଲିଥିବା ବେଳେ ଆପ୍ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ୍ ଅଛି । ତେବେ ଏହି ଆସନ ପାଇଁ କେବଳ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ଭଉଣୀ ନୁହେଁ ବରଂ କଂଗ୍ରେସ ପ୍ରାର୍ଥୀ ପାଇଁ ତାଙ୍କ ପିତା ମଧ୍ୟ ପ୍ରଚାର କରିଥିଲେ ।












Click it and Unblock the Notifications