ଗୁଜୁରାଟ ବିଧାନସଭା ନିର୍ବାଚନ : ନିର୍ବାଚନ ପୂର୍ବରୁ ୫ ବିଧାୟକ ଦେଲେ ଇସ୍ତଫା
ଗୁଜୁରାଟ ବିଧାନସଭା ନିର୍ବାଚନ : ନିର୍ବାଚନ ପୂର୍ବରୁ ୫ ବିଧାୟକ ଦେଲେ ଇସ୍ତଫା
ଗୁଜୁରାଟ: ଭାରତୀୟ ଜନତା ପାର୍ଟି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଗୁଜୁରାଟ ନିର୍ବାଚନରେ ବିଜେପି ୧୬୦ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଘୋଷିତ ନାମଗୁଡିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ପୂର୍ବତନ ମୋର୍ବି ବିଧାୟକ କଣ୍ଟିଲାଲ ଅମୃତ୍ୟ, କ୍ରିକେଟର ରବିନ୍ଦ୍ର ଜାଡେଙ୍କ ପତ୍ନୀ ରିବାବା ଜାଡେଜା ଏବଂ ହାର୍ଦ୍ଦିକ ପଟେଲ ଅଛନ୍ତି । ହେଲେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ଟିକେଟ୍ ନ ମିଳିବାରୁ ବିଧାୟକ ମଧୁ ଶ୍ରୀବାସ୍ତବଙ୍କ ସମେତ ଏକାସହିତ ୪ ଜଣ ପୂର୍ବ ବିଧାୟକ ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାର ନିଷ୍ପତ୍ତି ନେଇଛନ୍ତି ।

ବିଜେପିର ପୂର୍ବତନ ବିଧାୟକ ହର୍ଷଦ ବସାବା ଶୁକ୍ରବାର ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ସନ୍ଦୋଦ୍ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବସାବା ବର୍ତ୍ତମାନ ଗୁଜୁରାଟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି । ସେ ୨୦୦୨ ରୁ ୨୦୧୨ ଯାଏଁ ବିଧାୟକ ମଧ୍ୟ ରିହିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥି ସହ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ମଧ୍ୟ ଟିକେଟ ଦିଆଯାଇଛି ।
ଗୁଜୁରାଟର ୧୮୨ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୬୦ ନାମ ଘୋଷଣା କରିଛି । ଏଥିମଧ୍ୟରୁ ୮୪ ଜଣଙ୍କର ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୨୦୧୭ ରେ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଲୋକଙ୍କ ମଧ୍ୟରୁ ବିଜେପି ଏଥର ୭ ନେତାଙ୍କୁ ଟିକେଟ୍ ଦେଇଛି । ୧୮୨ ତାଲିକାରେ ବିଜେପି ୧୪ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି । ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଡିସେମ୍ବର ୮ରେ ହେବ ।












Click it and Unblock the Notifications