ଗୋଆ ବିଧାନସଭା ନିର୍ବାଚନ: କଂଗ୍ରେସ ନେତା ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ଯୋଗ ଦେବେ ଟିଏମସିରେ
ପାନାଜି: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଛି ଆଉ ଏକ ଝଟକା। କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା କୁର୍ତ୍ତୋରିମର ବିଧାୟକ ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ଟିଏମସିରେ ଯୋଗଦେବା ନେଇ ସୂଚନା ମିଳିଛି। ଆଲେକ୍ସୋ ଆଜି କୋଲକାତାରେ ପହଞ୍ଚି ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିବା ନେଇ ଘୋଷଣା କରିଛନ୍ତି । ଦକ୍ଷିଣ ଗୋଆର କାର୍ଟୋରିମ ଆସନରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ କଂଗ୍ରେସର ଟାଣୁଆ ନେତା ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ସୋମବାର ଦିନ ଦଳ ତଥା ବିଧାନସଭାରୁ ଇସ୍ତଫା ଦେଇଛନ୍ତି।

୪୦ ଟି ବିଧାନସଭା ଆସନ ବିଶିଷ୍ଟ ଗୋଆରେ କଂଗ୍ରେସର ବର୍ତ୍ତମାନ ମାତ୍ର ୨ ଜଣ ବିଧାୟକ ଅଛନ୍ତି ଯେଉଁମାନେ ହେଉଛନ୍ତି, ଦିଗମ୍ବର କାମାଟ ଏବଂ ପ୍ରତାପ ସିଂ ରାଣେ। ସୂଚନା ଯୋଗ୍ୟଯେ, ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭ ଟି ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଯଦିଓ ସେହି ସମୟରେ ବିଜେପିକୁ ମାତ୍ର ୧୩ ଟି ଆସନ ମିଳିଥିଲା, କିନ୍ତୁ ଏହା ସତ୍ତ୍ୱେ ସ୍ଥାନୀୟ ଦଳ ସହିତ ମିଳିତ ଭାବେ ସରକାର ଆସିବାରେ ବିଜେପି ସଫଳ ହୋଇଥିଲା । ତେବେ ଗତ ସପ୍ତାହରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଆଠ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋଙ୍କ ନାମ ମଧ୍ୟ ରହିଥିଲା। ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ଟିଏମସିରେ ଯୋଗଦେବା ବିଷୟରେ କଳ୍ପନାଜଳ୍ପନା ଚାଲିଛି ଯାହା ଗତ କିଛି ମାସ ଧରି ଗୋଆ ରାଜନୀତିକୁ ସାରଗରମ କରିଛି।












Click it and Unblock the Notifications