ଆଜାଦଙ୍କ ନୂଆ ଦଳର ‘ହିନ୍ଦୁସ୍ତାନୀ’ ନାଁ ରହିବା ନେଇ ଚର୍ଚ୍ଚା
ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବି ଆଜାଦ। ଆଜି ଠାରୁ ରାଲି କରିବା ସହ ନୂଆ ଦଳ ଗଠନ ନେଇ ମତ ରଖିଛନ୍ତି । ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ‘ହିନ୍ଦୁସ୍ତାନୀ' ନାମ ରହିବା ନେଇ ଘୋଷଣା କରିଛନ୍ତି।
ଶ୍ରୀନଗର: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବି ଆଜାଦ। ଆଜି ଠାରୁ ରାଲି କରିବା ସହ ନୂଆ ଦଳ ଗଠନ ନେଇ ମତ ରଖିଛନ୍ତି । ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର 'ହିନ୍ଦୁସ୍ତାନୀ' ନାମ ରହିବା ନେଇ ଘୋଷଣା କରିଛନ୍ତି। ଏହି ଦଳକୁ ସବୁ ଧର୍ମ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝିବେ ବୋଲି ସେ ମତ ରଖିଛନ୍ତି।

ଗୁଲାମନବି କହିଛନ୍ତି, 'ଜମ୍ମୁ କଶ୍ମୀରର ଲୋକମାନେ ଯାହା ନିଷ୍ପତ୍ତି ନେବେ ତାହା ମୋ ଦଳର ନାମ । ମୁଁ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ମୋ ପାଖକୁ ଆସିଥିବା କିଛି ନାମ ଭିତରୁ କିଛିଟାରେ ଉର୍ଦ୍ଦୁ ଅଧିକ ତ ଆଉ କେଉଁଥିରେ ସଂସ୍କୃତ ଅଧିକ ଥିଲା। ତେଣୁ ବିନା ସମସ୍ୟାରେ ଦଳର 'ହିନ୍ଦୁସ୍ତାନୀ' ନାମ ରଖିବାକୁ ନିଷ୍ପତ୍ତି ନିଆଯାଇଛି।'
ଦଳର ଏଜେଣ୍ଡା ଅନୁସାରେ, ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର କରିବି। କେବଳ ଜମ୍ମୁ କଶ୍ମୀରର ଯୁବପିଢ଼ି ଚାକିରୀରେ ନିଯୁକ୍ତୁ ମିଳୁ। କେବଳ ଏତିକି ନୁହେଁ କଶ୍ମୀର ଉପତ୍ୟକାରେ ପଣ୍ଡିତଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ଏହି ଏଜେଣ୍ଡାରେ ସାମିଲ ଥିବା କହିଛନ୍ତି ଆଜାଦ ।












Click it and Unblock the Notifications