Get Updates
Get notified of breaking news, exclusive insights, and must-see stories!

ଜେଡିୟୁ କହୁଛି, ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନୀତିଶ; ନବୀନ କହୁଛନ୍ତି ମେଣ୍ଟ ନେଇ ଆଲୋଚନା ହୋଇ ନାହିଁ

JDU Tweet on Naveen-Nitish Meet: ଆଜି ନବୀନ ନିବାସରେ ହୋଇଛି ନବୀନ-ନୀତିଶ ଭେଟଘାଟ୍ । ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ପ୍ରାୟ ଏକ ଘଣ୍ଟିଆ ବୈଠକ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ତେବେ ବୈଠକ ପରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଦୁଇ ମୁଖ୍ୟମନ୍ତ୍ରୀ ସମାନ କଥା କହିଛନ୍ତି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଆମେ ପୁରୁଣା ବନ୍ଧୁ, ତେଣୁ ତାଙ୍କୁ ଭେଟିବାକୁ ଆସିଥିଲି ।

JDU Tweet

ମାତ୍ର ଏପଟେ ଏହି ଭେଟଘାଟ୍ ପରେ ଜେଡିୟୁ ଟ୍ବିଟ କରି ଲେଖିଛି ଯେ, ବିରୋଧୀ ଏକତାର ନେତା ନୀତୀଶ କୁମାର ଓଡ଼ିଶା ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବ୍ୟକ୍ତିଗତ ଅଭିଳାଷ ବିନା ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରୁଛନ୍ତି ନୀତିଶ ।

ତେବେ ଜେଡିୟୁର ଏହି ଟ୍ବିଟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନ ନିବାସରେ ବୈଠକ ପରେ ନୀତିଶ କିଛି କହୁଥିବା ବେଳେ ତାଙ୍କ ଦଳ ଟ୍ବିଟ କରି ଅନ୍ୟ କିଛି କଥା କହୁଛି । ତେଣୁ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି । ତେବେ ମେଣ୍ଟ ଆଲୋଚନା ପରେ ଆଭିମୁଖ୍ୟ କଣ ରହିଛି ସେନେଇ ସନ୍ଦେହ ସୃଷ୍ଟି ହେଉଛି ।

JDU Tweet

ଉଲ୍ଲେଖଥାଉ କି ଆଜି (ମଙ୍ଗଳବାର) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ଏବଂ ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝାଙ୍କ ସହ ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ନୀତିଶ ଆଜି ଅପରାହ୍ନରେ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ଏହି ଭେଟଘାଟ୍ ପରେ ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଖୁସି ଯେ ନୀତିଶଜୀ ଭୁବନେଶ୍ୱର ଆସିଛନ୍ତି । ଆମେ ପୁରୁଣା ବନ୍ଧୁ ଏବଂ ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୁରୀରେ 1.5 ଏକର ଜମି ମାଗଣାରେ ବିହାର ସରକାରଙ୍କୁ ଏକ ଗେଷ୍ଟ ହାଉସ୍ ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଯାହା ଦ୍ୱାରା ବିହାରର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନେ ସେଠାରେ ରହିପାରିବେ ।

Fuels Speculations After JDU Tweet on Naveen-Nitish Meets

ତେବେ ରାଜନୀତିରେ ସେମାନଙ୍କର ଆଲୋଚନା ବିଷୟରେ ପଚରା ଯିବାରୁ ଓଡିଶା ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମର ନିବିଡ ବନ୍ଧୁତା ଏବଂ ଆମେ ବହୁ ବର୍ଷ ପୂର୍ବେ ସହକର୍ମୀ ଥିଲୁ । ଆଜି କୌଣସି ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। "

ଅନ୍ୟପକ୍ଷରେ ନୀତିଶ କହିଛନ୍ତି, "ମୁଁ ମୋର ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଏଠାକୁ ଆସିଥିଲି । ମୁଁ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ନିକଟତର ଥିଲି । ଆମେ ଘନିଷ୍ଠ ବନ୍ଧୁ । ଦୀର୍ଘ ଦିନ ପରେ ମୁଁ ନବୀନ ବାବୁଙ୍କୁ ଭେଟି ଖୁସି ଅଛି । "

ଉଲ୍ଲେଖଯୋଗ୍ୟ ଯେ, ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ ଆରମ୍ଭ ହୋଇଛି । ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହି କ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନ ତଳେ ଭେଟିଥିଲେ ନୀତିଶ । ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+